ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି। ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ସୂଚନା ଦେଇଛି, କୁଲଗାମର ରେଡୱାନି ପାଇନ ଜେନେରାଲ ଅଞ୍ଚଳରେ ୬-୭ ମେ ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ମିଳିତ ଅପରେଶନ ପ୍ରାୟ ୪୦ ଘଣ୍ଟା ନିରନ୍ତର ନୀରିକ୍ଷଣ ପରେ ଶେଷ ହୋଇଛି। ଏଥିସହ ତିନିଜଣ […] The post ଟଳିପଡିଲେ ୩ ଆତଙ୍କବାଦୀ appeared first on Dharitri Odia News.
ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି। ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ସୂଚନା ଦେଇଛି, କୁଲଗାମର ରେଡୱାନି ପାଇନ ଜେନେରାଲ ଅଞ୍ଚଳରେ ୬-୭ ମେ ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ମିଳିତ ଅପରେଶନ ପ୍ରାୟ ୪୦ ଘଣ୍ଟା ନିରନ୍ତର ନୀରିକ୍ଷଣ ପରେ ଶେଷ ହୋଇଛି। ଏଥିସହ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୋମବାର ଠାରୁ ରେଡୱାନି ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ସହିତ ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ ମଙ୍ଗଳବାର ବରିଷ୍ଠ ଟିଆରଏଫ କମାଣ୍ଡର ବାସିଟ ଅହମ୍ମଦ ଦାର ଏବଂ ତାଙ୍କ ସହଯୋଗୀ ଫହିମ ଅହମ୍ମଦ ବାବାଙ୍କୁ ନିପାତ କରାଯାଇଥିଲା।
ସୂଚନାନୁସାରେ, ସୋମବାର ରାତିରେ ତିନିଜଣ ଆତଙ୍କବାଦୀ ବାସିତ ଅହମ୍ମଦ ଦାର, ଫହିମ ଅହମ୍ମଦ ବାବା ଏବଂ ମୋମିନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ।
The post ଟଳିପଡିଲେ ୩ ଆତଙ୍କବାଦୀ appeared first on Dharitri Odia News.