ଭୁଶୁଡ଼ିଲା କରାଣ୍ଡିଆ ବ୍ରାଞ୍ଚ କେନାଲ ଲାଇନିଂ କାର୍ଯ୍ୟ, ଠିକାଦାରଙ୍କ ଚଞ୍ଚକତାକୁ ନେଇ ଉଠୁଛି ପ୍ରଶ୍ନ
ନିଶ୍ଚିନ୍ତକୋଇଲି,୨୫।୫(ଅଶୋକ କୁମାର ମହାପାତ୍ର): ନିମ୍ନମାନର କାମ ଯୋଗୁ ଅଧାରୁ ଭୁଶୁଡ଼ି ପଡ଼ିଲା କେନାଲ ଲାଇନିଙ୍ଗ କାର୍ଯ୍ୟ। ଫଳରେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଦେଇ କରାଣ୍ଡିଆ ବ୍ରାଞ୍ଚ କେନାଲ ପ୍ରବାହିତ ହେଉଛି। ଏହି କେନାଲର ଇଭୟ ପାର୍ଶ୍ୱ ଓ ଭିତର ଢଳେଇ କରଣ (ଲାଇନିଂ) କରାଯିବା ନିମନ୍ତେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା। କିନ୍ତୁ ଏହି […] The post ଭୁଶୁଡ଼ିଲା କରାଣ୍ଡିଆ ବ୍ରାଞ୍ଚ କେନାଲ ଲାଇନିଂ କାର୍ଯ୍ୟ, ଠିକାଦାରଙ୍କ ଚଞ୍ଚକତାକୁ ନେଇ ଉଠୁଛି ପ୍ରଶ୍ନ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୨୫।୫(ଅଶୋକ କୁମାର ମହାପାତ୍ର): ନିମ୍ନମାନର କାମ ଯୋଗୁ ଅଧାରୁ ଭୁଶୁଡ଼ି ପଡ଼ିଲା କେନାଲ ଲାଇନିଙ୍ଗ କାର୍ଯ୍ୟ। ଫଳରେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଦେଇ କରାଣ୍ଡିଆ ବ୍ରାଞ୍ଚ କେନାଲ ପ୍ରବାହିତ ହେଉଛି। ଏହି କେନାଲର ଇଭୟ ପାର୍ଶ୍ୱ ଓ ଭିତର ଢଳେଇ କରଣ (ଲାଇନିଂ) କରାଯିବା ନିମନ୍ତେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ନିମନ୍ତେ କୌଣସି ସୂଚନା ଫଳକ ଦିଆ ନ ଯାଇ ଲୋକଙ୍କୁ ଅନ୍ଧାର ଘେରରେ ରଖା ଯାଇଥିଲା। ଏହି କେନାଲର ତିଳକଣା ଗ୍ରାମପଞ୍ଚାୟତ ଦେମାଣ୍ଡୋଠାରୁ ବନ୍ଧ କାଟିଆ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଠିକାଦାର ଅଟକଳ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି। ଏହି ପ୍ରକଳ୍ପରେ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବା କାରଣରୁ ରବିବାର ହୋଇଥିବା ବର୍ଷାରେ ବହୁ ଅଂଶ ଭୁଶୁଡ଼ି ପଡ଼ିଥିବା ଦେଖାଯାଇଛି। ଫଳରେ ଏହି ପ୍ରକଳ୍ପ ର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇବା ସହ ସରକାରଙ୍କର କୋଟି କୋଟି ଟଙ୍କା ପାଣିରେ ପଡ଼ିବା କୁହାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟରେ ହୋଇଥିବା ଅନିୟମିତତା ଓ ଚଞ୍ଚକତାର ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
The post ଭୁଶୁଡ଼ିଲା କରାଣ୍ଡିଆ ବ୍ରାଞ୍ଚ କେନାଲ ଲାଇନିଂ କାର୍ଯ୍ୟ, ଠିକାଦାରଙ୍କ ଚଞ୍ଚକତାକୁ ନେଇ ଉଠୁଛି ପ୍ରଶ୍ନ appeared first on Dharitri Odia News.