ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ
କେନ୍ଦୁଝର,୨୬।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ। ଏପରିକି ସୋମବାର ପ୍ରଶ୍ନ ପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଭାଗ। ବିଭାଗ ପକ୍ଷରୁ ଏହାକୁ ମିଥ୍ୟା ଓ ଗୁଜବ ବୋଲି କହିବା ସହ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହା ଭିତ୍ତି ହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ସତ୍ୟତା ନ ଥାଇ […] The post ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ appeared first on Dharitri Odia News.
କେନ୍ଦୁଝର,୨୬।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ। ଏପରିକି ସୋମବାର ପ୍ରଶ୍ନ ପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଭାଗ। ବିଭାଗ ପକ୍ଷରୁ ଏହାକୁ ମିଥ୍ୟା ଓ ଗୁଜବ ବୋଲି କହିବା ସହ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଏହା ଭିତ୍ତି ହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ସତ୍ୟତା ନ ଥାଇ ପରୀକ୍ଷାର୍ଥୀଙ୍କୁ ବିଭ୍ରାନ୍ତି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲା ପ୍ରଶାସନର ତତ୍ତ୍ୱାବଧାନରେ ସମସ୍ତ ୧୪୦ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଚାଲିଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
The post ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ appeared first on Dharitri Odia News.