ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ

ଭୁବନେଶ୍ୱର,୯।୧୧: ଗତ ନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜୁ ଢୋଲକିଆ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ତିନୋଟି କାରଣ ଯୋଗୁ ବିଜେଡି ୨୦୨୪ ନିର୍ବାଚନରେ ଖରାପ ପ୍ରଦର୍ଶନ କରି ପରାଜୟର ସମ୍ମୁଖୀନ ହୋଇଥିବା ଢୋଲକିଆ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାରରେ ଦଳର ସମନ୍ବୟ ନ ରହିବା ବିଜେଡି ପରାଜୟର ପ୍ରଥମ ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରାର୍ଥୀ […] The post ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ appeared first on Dharitri Odia News.

ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ

ଭୁବନେଶ୍ୱର,୯।୧୧: ଗତ ନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜୁ ଢୋଲକିଆ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି।

ତିନୋଟି କାରଣ ଯୋଗୁ ବିଜେଡି ୨୦୨୪ ନିର୍ବାଚନରେ ଖରାପ ପ୍ରଦର୍ଶନ କରି ପରାଜୟର ସମ୍ମୁଖୀନ ହୋଇଥିବା ଢୋଲକିଆ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରଚାରରେ ଦଳର ସମନ୍ବୟ ନ ରହିବା ବିଜେଡି ପରାଜୟର ପ୍ରଥମ ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ଠିକ୍‌ ଭାବେ ନ ହେବା ପରାଜୟର ଦ୍ବିତୀୟ ବୃହତ କାରଣ ବୋଲି ସେ କହିଛନ୍ତି। ତୃଣମୂଳସ୍ତରରେ ଦଳ ଭିତରେ ତାଳମେଳ ନ ରହିବା ବିଜେଡି ପରାଜୟର ତୃତୀୟ ବଡ଼ କାରଣ। ଏବେ ଆମେ ପରାଜୟକୁ ଭୁଲି ଆଗକୁ ବଢୁଥିବା ଢୋଲକିଆ କହିଛନ୍ତି।

The post ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ appeared first on Dharitri Odia News.