ହଠାତ୍ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ…
ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ ବାଲେଶ୍ୱର ସହରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟାରୁ ୬.୧୫ ମିନିଟ୍ ମଧ୍ୟରେ ଭୂକମ୍ପ ହୋଇଥିବା ଜିଲା ଜରୁରୀକାଳିନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୧ ମ୍ୟାଗ୍ନେଚୁଟ୍ ରହିଥିଲା। ସକାଳେ ଅଚାନକ ଘରର ଝରକା, କବାଟ ଥରିବା ଆରମ୍ଭ ହୋଇଥିଲା। […] The post ହଠାତ୍ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ… appeared first on Dharitri Odia News.
ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ ବାଲେଶ୍ୱର ସହରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟାରୁ ୬.୧୫ ମିନିଟ୍ ମଧ୍ୟରେ ଭୂକମ୍ପ ହୋଇଥିବା ଜିଲା ଜରୁରୀକାଳିନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୧ ମ୍ୟାଗ୍ନେଚୁଟ୍ ରହିଥିଲା। ସକାଳେ ଅଚାନକ ଘରର ଝରକା, କବାଟ ଥରିବା ଆରମ୍ଭ ହୋଇଥିଲା। ଲୋକେ ଭୟରେ ବାହାରକୁ ବାହାରି ଆସିଥିଲେ। ରେମୁଣା ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଟିକେ ଅଧିକ ଅନୁଭୂତ ହୋଇଥିବା ଜଣାପଡ଼ିଛି।
The post ହଠାତ୍ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ… appeared first on Dharitri Odia News.