ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ୨୦ନମ୍ବର ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଟ୍ରଲର ଚଢିଯାଇ ଘଟଣାସ୍ଥଳରେ ଜଣଙ୍କର ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୋଟିଏ ପାର୍ଶ୍ୱରୁ ବାଇକ ଆରୋହୀ ଦ୍ୱୟ ଢେଙ୍କିକୋଟ ବଜାରରୁ ମସିଣାବିଲା ତାଙ୍କ ଘରକୁ ଯାଉଥିଲେ। ତାଙ୍କର ବିପରୀତ ଦିଗରୁ ଟ୍ରଲରଟି […] The post ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ appeared first on Dharitri Odia News.

ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ୨୦ନମ୍ବର ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ଟ୍ରଲର ଚଢିଯାଇ ଘଟଣାସ୍ଥଳରେ ଜଣଙ୍କର ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗୋଟିଏ ପାର୍ଶ୍ୱରୁ ବାଇକ ଆରୋହୀ ଦ୍ୱୟ ଢେଙ୍କିକୋଟ ବଜାରରୁ ମସିଣାବିଲା ତାଙ୍କ ଘରକୁ ଯାଉଥିଲେ। ତାଙ୍କର ବିପରୀତ ଦିଗରୁ ଟ୍ରଲରଟି ଆସୁଥିଲା। ତେବେ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟଜଣେ ଚାଲି ଚାଲି ରାସ୍ତାରେ ଯାଉଥିଲେ, ତାଙ୍କୁ ମଧ୍ୟ ଟ୍ରଲରଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଦୁଇଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିବା ଜଣାଯାଇଛି l ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଗୁଡ଼ିକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି।

 

The post ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ appeared first on Dharitri Odia News.