ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା
ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ ବୈଶ୍ୱକ ବିଚାର ବୃଦ୍ଧିମଳା ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଆଜି ଏକ ସଦ୍ୟତମ ତାଲିକା ଜାରି କରିଛି । ଯେଉଁଥିରେ ୬୯ ପ୍ରତିଶତ ଆଷ୍ଟ୍ରଭାଲ ରେଟି ସହ ମୋଦି ତାଲିକାର […] The post ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା appeared first on Dharitri Odia News.
ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ ବୈଶ୍ୱକ ବିଚାର ବୃଦ୍ଧିମଳା ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଆଜି ଏକ ସଦ୍ୟତମ ତାଲିକା ଜାରି କରିଛି । ଯେଉଁଥିରେ ୬୯ ପ୍ରତିଶତ ଆଷ୍ଟ୍ରଭାଲ ରେଟି ସହ ମୋଦି ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର 63% ଅନୁମୋଦନ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଆହ୍ବାନର ସଫଳତାର ସହ ମୁକାଳିଲା କରି ମୋଦି ବିଶ୍ଵବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଥି ସହ ସେ ଭାରତ ମଧ୍ୟ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶାଳ ଅର୍ଥ ନୀତି ରେ ପରିଣତ କରିଛନ୍ତି । ଅବଶ୍ୟ ଗତଥର ଅପେକ୍ଷା ଚଳିତଥର ମୋଦିଙ୍କ ଆପ୍ରୁଭାଲ ରେଟିଂ ସାମାନ୍ୟ ହ୍ରାସ ପାଇଛି।
ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନକୁ ପଛକୁ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ରିଓଲା ଏମହତ (୫୨%), ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସମୋନ ହାରିସ (୪୭%), ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର (୪୫%), ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ (୪୫%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, (୪୨%), ସ୍ପେନ ପ୍ରଧାନମନ୍ତ୍ରୀ ପେଟ୍ରୋ ସାଖେଳ (୪୦%) ଏବଂ ଲଟାଲା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ (୪୦%) ରହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆପ୍ଲୁଭାଲ ରେଟି ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଂଙ୍କ ରେଟିଂ ୨୦ ପ୍ରତିଶତ ରହିଛି।
The post ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା appeared first on Dharitri Odia News.