ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା
ଓ୍ବାଶିଂଟନ୍,୫।୧୧: ଆମେରିକାରେ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଏ । ଆପଣ ଜାଣନ୍ତି କି ଆମେରିକାର ରାଷ୍ଟ୍ରପତି କେତେ ଦରମା ଏବଂ କେଉଁ ସୁବିଧା ପାଆନ୍ତି? ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରତିବର୍ଷ ୪ ଲକ୍ଷ ଡଲାରର ଦରମା ମିଳିଥାଏ। ଟଙ୍କା ଅନୁଯାୟୀ ଏହି ପରିମାଣ ପ୍ରାୟ ୩.୩୬ କୋଟି ଅଟେ । ଏହା ବ୍ୟତୀତ ରାଷ୍ଟ୍ରପତି ଅତିରିକ୍ତ ଖର୍ଚ୍ଚ ପାଇଁ ୫୦୦୦୦ ଡଲାର (ପ୍ରାୟ ୪୨ ଲକ୍ଷ […] The post ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା appeared first on Dharitri Odia News.
ଓ୍ବାଶିଂଟନ୍,୫।୧୧: ଆମେରିକାରେ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଏ । ଆପଣ ଜାଣନ୍ତି କି ଆମେରିକାର ରାଷ୍ଟ୍ରପତି କେତେ ଦରମା ଏବଂ କେଉଁ ସୁବିଧା ପାଆନ୍ତି?
ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରତିବର୍ଷ ୪ ଲକ୍ଷ ଡଲାରର ଦରମା ମିଳିଥାଏ। ଟଙ୍କା ଅନୁଯାୟୀ ଏହି ପରିମାଣ ପ୍ରାୟ ୩.୩୬ କୋଟି ଅଟେ । ଏହା ବ୍ୟତୀତ ରାଷ୍ଟ୍ରପତି ଅତିରିକ୍ତ ଖର୍ଚ୍ଚ ପାଇଁ ୫୦୦୦୦ ଡଲାର (ପ୍ରାୟ ୪୨ ଲକ୍ଷ ଟଙ୍କା) ମଧ୍ୟ ମିଳେ। ଆମେରିକାର ପ୍ରଶାସନର ଏକ ରିପୋର୍ଟ ଅନୁଯାୟୀ, ଯେକୌଣସି ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଯେତେବେଳେ ସେ ହ୍ବାଇଟ ହାଉସକୁ ତାଙ୍କ ସରକାରୀ ବାସଭବନ ଭାବରେ ଆସନ୍ତି, ସେତେବେଳେ ତାଙ୍କୁ ୧୦୦,୦୦୦ ଡଲାର ଅର୍ଥାତ୍ ୮୪ ଲକ୍ଷ ଟଙ୍କା ଦିଆଯାଏ। ଏହି ରାଶି ସହିତ ସେ ନିଜ ଘର ଏବଂ କାର୍ଯ୍ୟାଳୟକୁ ନିଜ ପସନ୍ଦ ଅନୁଯାୟୀ ଚିତ୍ରିତ ଏବଂ ସଜାଇ ପାରିବେ।
ଆମେରିକାର ରାଷ୍ଟ୍ରପତି ୱାଶିଂଟନ ଡିସିସ୍ଥିତ ହ୍ବାଇଟ ହାଉସରେ ରୁହନ୍ତି ଏବଂ ସେଠାରେ ତାଙ୍କ କାର୍ଯ୍ୟାଳୟ ମଧ୍ୟ ଅଛି। ୧୮ ଏକର ଉପରେ ବିସ୍ତାରିତ ବିଳାସପୂର୍ଣ୍ଣ ହ୍ବାଇଟ ହାଉସରେ ରହିବାକୁ ରାଷ୍ଟ୍ରପତିଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡିବ ନାହିଁ। ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ମନୋରଞ୍ଜନ, କର୍ମଚାରୀ ଏବଂ ରୋଷେଇ ପାଇଁ ବାର୍ଷିକ ୧୯୦୦୦ ଡଲାର ମଧ୍ୟ ପାଇଥାନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସ୍ବାସ୍ଥ୍ୟ ସେବା ମଧ୍ୟ ମାଗଣା ଅଟେ।
The post ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା appeared first on Dharitri Odia News.