କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ
ବରଗଡ଼: ଭାଳେଣି ପଡ଼ିଛି କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚ ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ । ଥରେ କଂସ ଭୂମିକାରେ ଚୟନ ହେଲେ ତିନି ବର୍ଷ ଅଭିନୟ କରିବା ପାଇଁ ସୁଯୋଗ ମିଳେ । ଏହାରି ଭିତରେ ଦୀର୍ଘ ୨୩ ବର୍ଷ ଧରି ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଆସିଛନ୍ତି […] The post କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ appeared first on KNews Odisha.

ବରଗଡ଼: ଭାଳେଣି ପଡ଼ିଛି କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚ ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ । ଥରେ କଂସ ଭୂମିକାରେ ଚୟନ ହେଲେ ତିନି ବର୍ଷ ଅଭିନୟ କରିବା ପାଇଁ ସୁଯୋଗ ମିଳେ । ଏହାରି ଭିତରେ ଦୀର୍ଘ ୨୩ ବର୍ଷ ଧରି ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଆସିଛନ୍ତି । କିନ୍ତୁ ଅନେକ ସମୟରେ ସେ ବିବାଦକୁ ଆସି ମଧ୍ୟ ମଧ୍ୟ କଂସ ଭୂମିକାରୁ ବାଦ୍ ପଡ଼ିନଥିଲେ । ହେଲେ ଏଥର ତାଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ ।
ପେସାରେ ମହାପ୍ରୟାଣ ଗାଡି ଡ୍ରାଇଭର କିନ୍ତୁ ନିଶା ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିବା । ଧନୁଯାତ୍ରା ସମୟରେ ଅଧର୍ମ ଉପରେ ଧର୍ମର ଜୟ , ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବାର୍ତ୍ତା ଦେଇ ମାତ୍ର ୧୧ ଦିନ ଧରି କଂସ ଭୂମିକାରେ ଅଭିନୟ କରୁଥିଲେ ସୁଦ୍ଧା ବର୍ଷ ତମାମ ଏହି କଳାକାରଙ୍କୁ ମହାରାଜର ସମ୍ମାନ ମିଳିଥାଏ । ହେଲେ ଖୋଦ ହୃଷିକେଶ ଭୋଇ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି ।
ବରଗଡ଼ ଜିଲ୍ଲା ବଡ ସାହା ଜବାହରଲାଲ ଗାଁକୁ ମହାପ୍ରୟାଣ ଗାଡ଼ିରେ ମୃତଦେହ ଛାଡିବାକୁ ଯାଇ ମୃତ ପରିବାର ବର୍ଗଙ୍କ ଠାରୁ ୩ ହଜାର ଟଙ୍କା ଆଦାୟ କରିବା ଏବଂ କଥା ପ୍ରଘଟ ପରେ ଫୋନ ପେ ରେ ୩୫ ଶହ ଟଙ୍କା ଫେରସ୍ତ କରିବା ଘଟଣା ପ୍ରମାଣିତ ହେବା ପରେ କାର୍ଯ୍ୟରୁ ନିଳମ୍ବିତ ହେବା ସହ ଭଟଲି ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଜଣେ ଦୁର୍ନୀତିଗ୍ରସ୍ଥ ବ୍ୟକ୍ତିଙ୍କୁ କଂସ ଭୂମିକାରୁ ବାଦ ଦେବାପାଇଁ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତିଙ୍କ ଠାରେ ବିଭିନ୍ନ ସଂଗଠନ ଦାବି କରିଥିଲେ ।
ତେବେ ଆସନ୍ତା ଜାନୁଆରୀ ୩ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ଖୋଳା ରଙ୍ଗମଞ୍ଚରେ ହେବ ଧନୁଯାତ୍ରା । ଧନୁଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଆରମ୍ଭ ହୋଇଛି ବିଭିନ୍ନ କମିଟିର ବୈଠକ । ହେଲେ ହୃଷିକେଶ ଭୋଇ ବିବାଦ ଘେରରେ ଥିବାରୁ କଂସ ଭୂମିକା କୁ ନେଇ ଲାଗିରହିଛି ଦ୍ବନ୍ଦ । କିଏ ହେବ କଂସ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କଳାକାର ସମନ୍ବୟ କମିଟି ବୈଠକ ପରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଂସ ଭୂମିକା ପାଇଁ ଚୟନ ହେବ ।
The post କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ appeared first on KNews Odisha.