ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସଂପୃକ୍ତ ଯୁବକ ଗିରଫ

ଅନୁଗୁଳ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଅଭିଯୁକ୍ତ ଗିରଫ ହୋଇଛି । ଏମିତି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ବୁରୁବୁରା ଗ୍ରାମରେ । ଅଭିଯୋଗ  ମୁତାବକ ସେହି  ଗାଁର ଜଣେ ଭିନ୍ନକ୍ଷମ ଯୁବତୀ ୮ତାରିଖ ଦ୍ୱିପହର ସମୟରେ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ଠିକ୍ ସେହି ସମୟରେ ସେହି ଗାଁର ଲିପୁ ନାଏକ ନାମକ ଯୁବକ ଶୁନଶାନ୍ ରାସ୍ତାର ସୁଯୋଗ ନେଇ ଯୁବତୀଙ୍କୁ ନଦୀ ପାଖ ଜଙ୍ଗଲକୁ […] The post ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସଂପୃକ୍ତ ଯୁବକ ଗିରଫ appeared first on KNews Odisha.

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସଂପୃକ୍ତ ଯୁବକ ଗିରଫ
raped

ଅନୁଗୁଳ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଅଭିଯୁକ୍ତ ଗିରଫ ହୋଇଛି । ଏମିତି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ବୁରୁବୁରା ଗ୍ରାମରେ । ଅଭିଯୋଗ  ମୁତାବକ ସେହି  ଗାଁର ଜଣେ ଭିନ୍ନକ୍ଷମ ଯୁବତୀ ୮ତାରିଖ ଦ୍ୱିପହର ସମୟରେ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ଠିକ୍ ସେହି ସମୟରେ ସେହି ଗାଁର ଲିପୁ ନାଏକ ନାମକ ଯୁବକ ଶୁନଶାନ୍ ରାସ୍ତାର ସୁଯୋଗ ନେଇ ଯୁବତୀଙ୍କୁ ନଦୀ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ ।

ଏହି ଘଟଣା ବାହାରେ ପ୍ରଘଟ କରିଲେ ମାରି ଦେବାକୁ ଧମକ ଦେଇଥିଲେ । ଏଥିରେ ଯୁବତୀ ଜଣକ ଭୟଭୀତ ହୋଇ ଘରକୁ ଫେରି ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଭାଉଜଙ୍କ ସନ୍ଦେହ ହେବାରୁ ଯୁବତୀଙ୍କୁ ପଚାରିବା ପରେ ସବୁ ସତ କଥା ଜଣା ପଡ଼ିଥିଲା ଓ ଗତକାଲି ଖମାର ଥାନାରେ ଏତଲା ଦିଆଯାଇଥିଲା । ଖମାର୍ ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।

 

Also read :ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୧୦ ଗିରଫ

The post ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସଂପୃକ୍ତ ଯୁବକ ଗିରଫ appeared first on KNews Odisha.