ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମଣିପୁରର ଦୁଇ ଫ୍ଳାଇଟ୍ ଆଟେଣ୍ଡାଣ୍ଟ ମୃତ, ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୫ ଛୁଇଁଛି। ଏହି ଭୟଙ୍କୟ ବିମାନ ଦୁର୍ଘଟଣାରେ ମଣିପୁର ଦୁଇ ଯୁବ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର। ନଗନଥୋଇ ଶର୍ମା ଏବଂ ଲାମନୁନଥେମ ସିଙ୍ଗସନ୍ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି । ଏଥିରେ ଭାଙ୍ଗି ପଡ଼ିଛନ୍ତି ଉଭୟଙ୍କ ପରିବାର ।  ଦୁହେଁ ୧୯ ବର୍ଷ ବୟସରୁ ଏୟାରଲାଇନ୍ସରେ କାମ କରିବା ଆରମ୍ଭ କରିଥିଲେ । ଇମ୍ଫାଲର ଡିଏମ୍ କଲେଜ ଅଫ୍ କମର୍ସରେ କ୍ୟାମ୍ପସ୍ […] The post ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମଣିପୁରର ଦୁଇ ଫ୍ଳାଇଟ୍ ଆଟେଣ୍ଡାଣ୍ଟ ମୃତ, ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର appeared first on KNews Odisha.

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମଣିପୁରର ଦୁଇ ଫ୍ଳାଇଟ୍ ଆଟେଣ୍ଡାଣ୍ଟ ମୃତ, ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର
PLAN 4

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୫ ଛୁଇଁଛି। ଏହି ଭୟଙ୍କୟ ବିମାନ ଦୁର୍ଘଟଣାରେ ମଣିପୁର ଦୁଇ ଯୁବ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର। ନଗନଥୋଇ ଶର୍ମା ଏବଂ ଲାମନୁନଥେମ ସିଙ୍ଗସନ୍ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି । ଏଥିରେ ଭାଙ୍ଗି ପଡ଼ିଛନ୍ତି ଉଭୟଙ୍କ ପରିବାର ।  ଦୁହେଁ ୧୯ ବର୍ଷ ବୟସରୁ ଏୟାରଲାଇନ୍ସରେ କାମ କରିବା ଆରମ୍ଭ କରିଥିଲେ । ଇମ୍ଫାଲର ଡିଏମ୍ କଲେଜ ଅଫ୍ କମର୍ସରେ କ୍ୟାମ୍ପସ୍ ନିଯୁକ୍ତି ସମୟରେ ଏୟାର ଇଣ୍ଡିଆରେ ନଗନଥୋଇଙ୍କ ଚୟନ ହୋଇଥିଲେ ।

ଏପ୍ରିଲ ୨୦୨୩ରେ ମଣିପୁର ଥୋବାଲ ଥୋବାଲ୍ ଜିଲ୍ଲାର ବାସିନ୍ଦା ନଗନଥୋଇ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ମାତ୍ର ୧୯ ବର୍ଷ ବୟସରେ ଏୟାର ଇଣ୍ଡିଆ ସହ ଜଣେ ଏୟାର ହଷ୍ଟେସ୍ ଭାବେ କାମ ଆରମ୍ଭ କରିଥିଲେ ନଗନଥୋଇ ଶର୍ମା । ଉଡ଼ାଣ ପୂର୍ବରୁ, ସେ ସକାଳ ୧୧ଟା ୩୮ ମିନିଟରେ ବଡ଼ ଭଉଣୀଙ୍କୁ କଲ୍ କରିଥିଲେ । କହିଥିଲେ ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି। ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ ତାଙ୍କ ବଡ଼ ଭଉଣୀଙ୍କ ସହ ଏହା ଥିଲା ଶେଷ ଫୋନ୍ କଲ । ନେଟ୍ ୱାର୍କ ସମସ୍ୟା ପାଇଁ ଅଧିକ କଥା ନହୋଇ ଫୋନ୍ ରଖିଦେଇଥିଲେ ନଗଥୋଇ। ଆଉ କିଛି ସମୟ ପରେ ଆସିଥିଲା ମୃତ୍ୟୁ ଖବର।

ସେହିପରି ଲାମନୁନଥେମ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଏକମାତ୍ର ଝିଅ ହୋଇଥିବା ବେଳେ କିଛି ବର୍ଷ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ମାଆଙ୍କ ସହ ଲାମନୁନଥେମଙ୍କ ଶେଷ କଲ୍ ଥିଲା । ମୁଁ ଡ୍ୟୁଟି ପାଇଁ ରିପୋର୍ଟ କରିବା ପାଇଁ ଅହମ୍ମଦାବାଦ ଯାତ୍ରା କରୁଛି ବୋଲି ଶେଷ କଲ୍ ରେ ମାଆଙ୍କୁ କହିଥିଲେ । କିନ୍ତୁ ଝିଅର ମୃତ୍ୟୁ ଖବର ପାଇବା ପରେ ବି ଏହାକୁ ବିଶ୍ବାସ କରି ପାରିନାହାଁନ୍ତି ଲାମନୁନଥେମଙ୍କ ମାଆ । ଲାମନୁନଥେମ ୨୦୨୪ ରେ ଏୟାର ଇଣ୍ଡିଆରେ କ୍ୟାବିନ କ୍ରିୟୁ ଭାବେ ଯୋଗଦେଇଥିଲେ।ଏୟାର ଇଣ୍ଡିଆର ବିମାନ- ବୋଇଂ ୭୮୭-୮ ୨୩୦ ଯାତ୍ରୀ ୧୦ କ୍ୟାବିନ୍ କ୍ରିୟୁ ଏବଂ ୨ ଜଣ ପାଇଲଟଙ୍କ ସହ ଲଣ୍ଡନ ପାଇଁ ଉଡ଼ାଣ ଭରିଥିଲା ।  ଉଡାଣ ଭରିବାର ମାତ୍ର ୫ମିନିଟ ମଧ୍ୟରେ କ୍ରାସ ହୋଇଥିଲା ବିମାନ। ଏଥିରେ ମୋଟ ୨୬୫ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଗୁରୁବାର ଦିନ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦୁର୍ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ପୂର୍ବରୁ ଘଟଣାସ୍ଥଳ‌ରେ ଏକ ଫରେନ୍‌ସିକ୍‌ ଟିମ୍‌ ଯାଇ ପହଞ୍ଚିଛି।

 

ଆହୁରି ପଢ଼ନ୍ତୁ :  ଅହମଦାବାଦ ବିମାନ ଦୁର୍ଘଟଣା : ଛାରଖାର ହୋଇଗଲା ଲଣ୍ଡନରେ ରହିବା ସ୍ବପ୍ନ, ମୃତ୍ୟୁ ପୂର୍ବରୁ ହସହସ ମୁହଁରେ ପିଲାଙ୍କ ସହ…

The post ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମଣିପୁରର ଦୁଇ ଫ୍ଳାଇଟ୍ ଆଟେଣ୍ଡାଣ୍ଟ ମୃତ, ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର appeared first on KNews Odisha.