ଭାଗ ଭାଗ ହୋଇଯିବ ଆମେରିକା: ଜନ୍ମ ନେଇପାରେ ନୂଆ ନୂଆ ରାଜ୍ୟ, ଭୟଙ୍କର ଗୃହଯୁଦ୍ଧର ସାମ୍ନା କରିବ USA
ନୂଆଦିଲ୍ଲୀ: ଅସହ୍ୟ ହେଲାଣି ଆମେରିକାର ସଂଘୀୟ ବ୍ୟବସ୍ଥା। ଗୋଟିଏ ପରେ ଗୋଟିଏ ରାଜ୍ୟ କରିବେ ସ୍ୱାଧୀନତା ଘୋଷଣା। ପ୍ରଥମେ ଅଲଗା ହେବ କାଲିଫର୍ଣ୍ଣିଆ। ଏହିଠାରୁ ଆରମ୍ଭ ହେବ ଗୃହଯୁଦ୍ଧ। ଏନେଇ ଚେତାବନୀ ଦେଇଛନ୍ତି କାଲିଫର୍ଣ୍ଣିଆ ସାଣ୍ଟା ବାରବରା ବିଶ୍ୱବିଦ୍ୟାଳୟର ରାଜନୈତିକ ବିଶେଷଜ୍ଞ ପ୍ରଫେସର ବେଞ୍ଜାମିନ୍ କୋହେନ। ଚେତାବନୀ ଦେଇ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଆମେରିକାରେ ଦ୍ୱିତୀୟ ଗୃହଯୁଦ୍ଧ ଆରମ୍ଭ ହୋଇପାରେ। କାଲିଫର୍ନିଆ ଆମେରିକାରୁ ଅଲଗା ହୋଇପାରେ। । ଡେଲି ମେଲ୍ ପ୍ରକାଶିତ ରିପୋର୍ଟରେ କୋହେନ୍ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ସହିତ ବଢ଼ୁଥିବା ମୁକାବିଲା ଯୋଗୁଁ କାଲିଫର୍ଣ୍ଣିଆ 2035 ମସିହା ସୁଦ୍ଧା ଆମେରିକାରୁ ନିଜର ସ୍ୱାଧୀନତା ଘୋଷଣା କରିପାରେ। ନିଜର ସ୍ୱତନ୍ତ୍ର ପରିଚୟ ପାଇବାକୁ ଏମାନେ ଆମେରିକାରୁ ଅଲଗା ହେବାକୁ ବାଧ୍ୟ କରିବେ। କୋହେନ୍ କହିଛନ୍ତି ଯେ ଯଦିଓ ଏହି ପରିସ୍ଥିତି ବର୍ତ୍ତମାନ ଅସମ୍ଭବ ମନେହୁଏ, କିନ୍ତୁ ପରିସ୍ଥିତି ପରିବର୍ତ୍ତନ ହୋଇପାରେ କାରଣ ତଥାକଥିତ 'ଡ୍ରିମ ଷ୍ଟେଟ' ପାଇଁ ନାଗରିକଙ୍କ ଆନ୍ଦୋଳନ ମନରେ ବସା ବାନ୍ଧିଛି। ତେଣୁ ସେମାନେ ବଡ଼ ଆମେରିକୀୟ ପରିବାରର ଅଂଶ ରହିବାକୁ ଚାହିଁବେ ନାହିଁ। ଲସ ଆଞ୍ଜେଲସ୍ ହିଂସା ପରେ ଟ୍ରମ୍ପଙ୍କ ସହ ଖୋଲା ଯୁଦ୍ଧ ସଙ୍କେତ ଦେଇଥିବା କହିଛନ୍ତି ଆମେରିକା ଗଭର୍ଣ୍ଣର।ଆଇଡେଣ୍ଟି ବା ସ୍ୱତନ୍ତ୍ର ପରିଚୟ ନେଇ କୋହେନ କହିଛନ୍ତି ଗୃହଯୁଦ୍ଧର ବିପଦ ବିଷୟର
ନୂଆଦିଲ୍ଲୀ: ଅସହ୍ୟ ହେଲାଣି ଆମେରିକାର ସଂଘୀୟ ବ୍ୟବସ୍ଥା। ଗୋଟିଏ ପରେ ଗୋଟିଏ ରାଜ୍ୟ କରିବେ ସ୍ୱାଧୀନତା ଘୋଷଣା। ପ୍ରଥମେ ଅଲଗା ହେବ କାଲିଫର୍ଣ୍ଣିଆ। ଏହିଠାରୁ ଆରମ୍ଭ ହେବ ଗୃହଯୁଦ୍ଧ। ଏନେଇ ଚେତାବନୀ ଦେଇଛନ୍ତି କାଲିଫର୍ଣ୍ଣିଆ ସାଣ୍ଟା ବାରବରା ବିଶ୍ୱବିଦ୍ୟାଳୟର ରାଜନୈତିକ ବିଶେଷଜ୍ଞ ପ୍ରଫେସର ବେଞ୍ଜାମିନ୍ କୋହେନ। ଚେତାବନୀ ଦେଇ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଆମେରିକାରେ ଦ୍ୱିତୀୟ ଗୃହଯୁଦ୍ଧ ଆରମ୍ଭ ହୋଇପାରେ। କାଲିଫର୍ନିଆ ଆମେରିକାରୁ ଅଲଗା ହୋଇପାରେ। ।
ଡେଲି ମେଲ୍ ପ୍ରକାଶିତ ରିପୋର୍ଟରେ କୋହେନ୍ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ସହିତ ବଢ଼ୁଥିବା ମୁକାବିଲା ଯୋଗୁଁ କାଲିଫର୍ଣ୍ଣିଆ 2035 ମସିହା ସୁଦ୍ଧା ଆମେରିକାରୁ ନିଜର ସ୍ୱାଧୀନତା ଘୋଷଣା କରିପାରେ। ନିଜର ସ୍ୱତନ୍ତ୍ର ପରିଚୟ ପାଇବାକୁ ଏମାନେ ଆମେରିକାରୁ ଅଲଗା ହେବାକୁ ବାଧ୍ୟ କରିବେ। କୋହେନ୍ କହିଛନ୍ତି ଯେ ଯଦିଓ ଏହି ପରିସ୍ଥିତି ବର୍ତ୍ତମାନ ଅସମ୍ଭବ ମନେହୁଏ, କିନ୍ତୁ ପରିସ୍ଥିତି ପରିବର୍ତ୍ତନ ହୋଇପାରେ କାରଣ ତଥାକଥିତ 'ଡ୍ରିମ ଷ୍ଟେଟ' ପାଇଁ ନାଗରିକଙ୍କ ଆନ୍ଦୋଳନ ମନରେ ବସା ବାନ୍ଧିଛି। ତେଣୁ ସେମାନେ ବଡ଼ ଆମେରିକୀୟ ପରିବାରର ଅଂଶ ରହିବାକୁ ଚାହିଁବେ ନାହିଁ। ଲସ ଆଞ୍ଜେଲସ୍ ହିଂସା ପରେ ଟ୍ରମ୍ପଙ୍କ ସହ ଖୋଲା ଯୁଦ୍ଧ ସଙ୍କେତ ଦେଇଥିବା କହିଛନ୍ତି ଆମେରିକା ଗଭର୍ଣ୍ଣର।
ଆଇଡେଣ୍ଟି ବା ସ୍ୱତନ୍ତ୍ର ପରିଚୟ ନେଇ କୋହେନ କହିଛନ୍ତି ଗୃହଯୁଦ୍ଧର ବିପଦ ବିଷୟରେ ଚିନ୍ତିତ। ଯେତେବେଳେ ସମ୍ପ୍ରଦାୟ ପରିଚୟର ଭାବନା ଭଳି ଦୃଢ଼ କଥା ଆସେ, ଯୁକ୍ତିବାଦ ବାଟରେ ପଡ଼ିଯାଏ। ଯଦି ଗୃହଯୁଦ୍ଧ ଆରମ୍ଭ ହୁଏ ତେବେ ଦେଶ କିପରି ବିଭାଜିତ ହେବ ତାହା କଳ୍ପନା କରିବା ପାଇଁ କଷ୍ଟକର। କିନ୍ତୁ ଏପରି ଯୁଦ୍ଧର ସମ୍ଭାବନା ଶୂନ୍ୟଠାରୁ ଯଥେଷ୍ଟ ଅଧିକ। ସେହି ରାଜ୍ୟଗୁଡ଼ିକ ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ଗଠନ କରିବେ। ଯେଉଁମାନେ ଆମେରିକା ସମ୍ବିଧାନ, ସଂଘୀୟ ଆଇନ ଏବଂ ସଂଘୀୟ ସରକାରଙ୍କ ଦ୍ୱାରା ଶାସିତ ହେବେ ନାହିଁ।
ତାଙ୍କ ଅନୁସାରେ ଯଦିଓ ଆମେରିକାରୁ ଅଲଗା ହୋଇ କାଲିଫର୍ନିଆ ପ୍ରଥମ ରାଜ୍ୟ ହେବ, ଅନ୍ୟ କିଛି ରାଜ୍ୟ ଅଛି ସେମାନଙ୍କର ରାଜନୈତିକ ଚିନ୍ତାଧାରା ଅନୁଯାୟୀ ଭୌଗୋଳିକ ସୀମା ପରିବର୍ତ୍ତନ କରିବାକୁ ଚାହିଁବେ। ନ୍ୟୁୟର୍କ ସହର ବର୍ଷ ବର୍ଷ ଧରି ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ରହିଛି। ଏହି ସମୟରେ, କାଲିଫର୍ଣ୍ଣିଆରେ ଉତ୍ତେଜନାର ସଙ୍କେତ ଦେଖାଯିବା ଆରମ୍ଭ ହୋଇଗଲାଣି। ସଂଘୀୟ ସରକାର ଦ୍ୱାରା ଅବୈଧ ପ୍ରବାସୀମାନଙ୍କୁ ଗଣନିର୍ବାସନକୁ ନେଇ ଲସ୍ ଆଞ୍ଜେଲସରେ ବଢ଼ୁଥିବା ହିଂସା ଅସନ୍ତୋଷର ପ୍ରମାଣ।
ଏହାରି ଭିତରେ ଚିନ୍ତା ବଢ଼ାଇଛି YouGov ସର୍ଭେ। ୪୦ ପ୍ରତିଶତ ଆମେରିକୀୟ ବିଶ୍ୱାସ କରନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଆମେରିକାରେ ଆଉ ଏକ ଗୃହଯୁଦ୍ଧ ହେବ। ଜୁନ୍ ୩୦ରେ ୧୧୦୦ ବୟସ୍କ ଆମେରିକୀୟ ନାଗରିକଙ୍କ ଉପରେ ହୋଇଥିବା YouGov ସର୍ଭେରେ ୩୧ ପ୍ରତିଶତ ଲୋକ କହିଛନ୍ତି ଯେ ୨୦୩୫ ସୁଦ୍ଧା ଆମେରିକା ଚରମପନ୍ଥୀଙ୍କ ଏକଛତ୍ରବାଦୀ ଶାସନ ପାଲଟିଯିବ। ଆଉ ୨୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସେତେବେଳକୁ ଆମେରିକା କମ୍ୟୁନିଷ୍ଟ ହୋଇଯିବ। ଆମେରିକାର ସୁପ୍ରିମକୋର୍ଟଙ୍କ ଅନୁଯାୟୀ, ୟୁନିଅନର ସମ୍ମତି ବିନା କୌଣସି ରାଜ୍ୟ ଦେଶରୁ ଅଲଗା ହୋଇପାରିବ ନାହିଁ।