ଦେଶରେ ମୁସଲମାନଙ୍କ ଏପରି ଅବସ୍ଥା ପାଇଁ ଯଦି କିଏ ? କଡ଼ା ସମାଲୋଚନା କଲେ ନାସିରୁଦ୍ଦିନ ଶାହ
ମୁମ୍ବାଇ ୧୩।୦୬ : ମୁସଲମାନଙ୍କ ଏପରି ଅବସ୍ଥା ପାଇଁ ଯଦି କିଏ ଦାୟୀ ଥାଏ, ତେବେ ସେମାନେ ଆଉ କେହି ନୁହଁନ୍ତି । ସେମାନେ ହେଉଛନ୍ତି ନିଜେ ହିଁ ମୁସଲମାନ। ଯେଉଁ ସମୟରେ ସେମାନଙ୍କ ପାଠ ପଢା ଉପରେ ନଜର ରଖିବାର ଥିଲା। ସେହି ସମୟରେ ସେମାନେ ସବୁ ସାନିଆ ମିର୍ଜାଙ୍କ ସ୍କର୍ଟର ପିନ୍ଧିବା ଉପରେ ଆଲୋଚନା ରଖୁଥିଲେ। ଏକ ସାକ୍ଷାତକାରରେ ଏପରି କହିଛନ୍ତି ବଲିଉଡ୍ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା। ଏକ ସାକ୍ଷାତକାର ଦେବା ଅବସରରେ ସାମ୍ବାଦିକ ନାସିରୁଦ୍ଦିନ ଶାହାଙ୍କୁ ନିର୍ବାଚନରେ ବିଜେପିର ବିଜୟ ଏବଂ ଦେଶରେ ମୁସଲମାନଙ୍କ ସ୍ଥିତି ନେଇ ପ୍ରଶ୍ମ ପଚାରିଥିଲେ। ଯାହାର ଉତ୍ତର ଦେଇ ନାସିରୁଦ୍ଦିନ କହିଥିଲେ କି, ଆମେ ସମସ୍ତେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୋଷ ଦେବା ଆରମ୍ଭ କରିଛେ । କିନ୍ତୁ ମୋଦି କ୍ଷମତାଙ୍କୁ ଆସିବା ପୂର୍ବରୁ ଦେଶରେ ମାହୋଲ ଠିକ୍ ଥିଲା କି? ଯଦି ନାହିଁ । ତେବେ ଏଥିପାଇଁ ଦାୟୀ ଆମେ । କେବଳ ମୁସଲମାନେ ହିଁ ଦାୟୀ । ଶିକ୍ଷା ଏବଂ ନିଜ ଧର୍ମର ପ୍ରଚାର ପ୍ରସାର କରିବା ବଦଳରେ ହିଜାବ ଏବଂ ସାନିଆ ମିର୍ଜାଙ୍କ ଛୋଟ ସ୍କର୍ଟ ପିନ୍ଧିବା ବିଷୟରେ ଆଲୋଚନା କଲେ। ବଡ଼ ସ୍କୁଲ ଏବଂ କଲେଜରେ ପଢିବା ବଦଳରେ ମଦରସା ଅଭିମୁଖେ ଦୌଡିଥିଲେ । ତେବେ ବିକାଶ ହେବ କିପରି ? ଏପିରିକି ମୁଁ ଯେତେବେଳେ ଛୋଟ ଥିଲି । ସେତେବେଳେ ମୋ ଧର୍ମକୁ ନେଇ ମୋତେ ଆକ୍ଷେପ କରାଯାଉଥିଲା । ସେହିପରି ଲୋକସଭା ନିର
ମୁମ୍ବାଇ ୧୩।୦୬ : ମୁସଲମାନଙ୍କ ଏପରି ଅବସ୍ଥା ପାଇଁ ଯଦି କିଏ ଦାୟୀ ଥାଏ, ତେବେ ସେମାନେ ଆଉ କେହି ନୁହଁନ୍ତି । ସେମାନେ ହେଉଛନ୍ତି ନିଜେ ହିଁ ମୁସଲମାନ। ଯେଉଁ ସମୟରେ ସେମାନଙ୍କ ପାଠ ପଢା ଉପରେ ନଜର ରଖିବାର ଥିଲା। ସେହି ସମୟରେ ସେମାନେ ସବୁ ସାନିଆ ମିର୍ଜାଙ୍କ ସ୍କର୍ଟର ପିନ୍ଧିବା ଉପରେ ଆଲୋଚନା ରଖୁଥିଲେ। ଏକ ସାକ୍ଷାତକାରରେ ଏପରି କହିଛନ୍ତି ବଲିଉଡ୍ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା।
ଏକ ସାକ୍ଷାତକାର ଦେବା ଅବସରରେ ସାମ୍ବାଦିକ ନାସିରୁଦ୍ଦିନ ଶାହାଙ୍କୁ ନିର୍ବାଚନରେ ବିଜେପିର ବିଜୟ ଏବଂ ଦେଶରେ ମୁସଲମାନଙ୍କ ସ୍ଥିତି ନେଇ ପ୍ରଶ୍ମ ପଚାରିଥିଲେ। ଯାହାର ଉତ୍ତର ଦେଇ ନାସିରୁଦ୍ଦିନ କହିଥିଲେ କି, ଆମେ ସମସ୍ତେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୋଷ ଦେବା ଆରମ୍ଭ କରିଛେ । କିନ୍ତୁ ମୋଦି କ୍ଷମତାଙ୍କୁ ଆସିବା ପୂର୍ବରୁ ଦେଶରେ ମାହୋଲ ଠିକ୍ ଥିଲା କି? ଯଦି ନାହିଁ । ତେବେ ଏଥିପାଇଁ ଦାୟୀ ଆମେ । କେବଳ ମୁସଲମାନେ ହିଁ ଦାୟୀ । ଶିକ୍ଷା ଏବଂ ନିଜ ଧର୍ମର ପ୍ରଚାର ପ୍ରସାର କରିବା ବଦଳରେ ହିଜାବ ଏବଂ ସାନିଆ ମିର୍ଜାଙ୍କ ଛୋଟ ସ୍କର୍ଟ ପିନ୍ଧିବା ବିଷୟରେ ଆଲୋଚନା କଲେ। ବଡ଼ ସ୍କୁଲ ଏବଂ କଲେଜରେ ପଢିବା ବଦଳରେ ମଦରସା ଅଭିମୁଖେ ଦୌଡିଥିଲେ । ତେବେ ବିକାଶ ହେବ କିପରି ? ଏପିରିକି ମୁଁ ଯେତେବେଳେ ଛୋଟ ଥିଲି । ସେତେବେଳେ ମୋ ଧର୍ମକୁ ନେଇ ମୋତେ ଆକ୍ଷେପ କରାଯାଉଥିଲା ।
ସେହିପରି ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ନେଇ କହିଛନ୍ତି ଯେ, କିପରି ସବୁ କାମ ଠିକ୍ରେ ହୋଇପାରିବ, ଏବେ ଆମେ ଭାବିବାର ସମୟ ଆସିଛି। ସବୁ କଥାକୁ ବିରୋଧ କରିବା ଅତି ସହଜ । କିନ୍ତୁ କିପରେ ସମର୍ଥନ କରିବା । ତାହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ।
ସୂଚନାଯୋଗ୍ୟ ଯେ, ବଲିଉଡ୍ରେ ଏହି ବରିଷ୍ଠ ଅଭିନେତା ନିଜର ନିଖୁଣ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରନ୍ତି । ଏପିରିକି ସମୟ ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରନ୍ତି । ଯାହାକୁ ନେଇ ସମୟ ସମୟରେ ବିରୋଧ ଦେଖିବାକୁ ମିଳିଥାଏ ।