କେନାଲ ବନ୍ଧରୁ ମିଳିଲା ମୃତଦେହ, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ

ନିମାପଡ଼ା ୦୨।୦୯ : କେନାଲ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ। ପୁରୀ ଜିଲ୍ଲା ପିପିଲି କଣ୍ଟିଗାଁ ସନ୍ଦେନଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଯୁବକଙ୍କ ମୃତଦେହ କେନାଲ ବନ୍ଧରୁ ମିଳିଥିଲା । ମୃତକ ସାନକଣ୍ଟି ପଞ୍ଚାୟତ ବାଲିମାଳ ସାହିର ୨୬ ବର୍ଷୀୟ ବବୁଲ୍‌ ପାଇକରାୟ ବୋଲି ଜଣାପଡିଛି । ବବୁଲ୍‌ଙ୍କୁ ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସେପଟେ ପରିବାର ପକ୍ଷରୁ ପିପିଲି ଥାନାରେ ହତ୍ୟା ନେଇ ଅଭିଯୋଗ ଆସିଛି । ଅଭିଯୋଗ ପରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖିଛି । ଏହାସହିତ ଜେରା ମଧ୍ୟ କରୁଛି । ତେବେ ବବୁଲ୍‌ଙ୍କୁ କାହିଁକି ହତ୍ୟା କରାଗଲା ? ନା ବବୁଲ୍‌ଙ୍କ ମୃତ୍ୟୁ ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି ।  

କେନାଲ ବନ୍ଧରୁ ମିଳିଲା ମୃତଦେହ, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ

ନିମାପଡ଼ା ୦୨।୦୯ : କେନାଲ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ। ପୁରୀ ଜିଲ୍ଲା ପିପିଲି କଣ୍ଟିଗାଁ ସନ୍ଦେନଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । 

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଯୁବକଙ୍କ ମୃତଦେହ କେନାଲ ବନ୍ଧରୁ ମିଳିଥିଲା । ମୃତକ ସାନକଣ୍ଟି ପଞ୍ଚାୟତ ବାଲିମାଳ ସାହିର ୨୬ ବର୍ଷୀୟ ବବୁଲ୍‌ ପାଇକରାୟ ବୋଲି ଜଣାପଡିଛି । ବବୁଲ୍‌ଙ୍କୁ ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସେପଟେ ପରିବାର ପକ୍ଷରୁ ପିପିଲି ଥାନାରେ ହତ୍ୟା ନେଇ ଅଭିଯୋଗ ଆସିଛି । ଅଭିଯୋଗ ପରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖିଛି । ଏହାସହିତ ଜେରା ମଧ୍ୟ କରୁଛି । ତେବେ ବବୁଲ୍‌ଙ୍କୁ କାହିଁକି ହତ୍ୟା କରାଗଲା ? ନା ବବୁଲ୍‌ଙ୍କ ମୃତ୍ୟୁ ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି ।