ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ, ବାତ୍ୟା ଦାନା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେ ବ୍ୟବସାୟୀ
ବାତ୍ୟା ଆସିଲେ ସମୁଦ୍ର ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ବେଶୀ ଦେଖା ଦେଇଥାଏ । ବିଭିନ୍ନ ସମୟରେ ବାତ୍ୟା ଯୋଗୁ ଉପକୂଳ ଜିଲ୍ଲା ଗୁଡିକରେ ଅନେକ କ୍ଷୟ କ୍ଷତି ହୁଏ । ବାତ୍ୟା ଯୋଗୁ କେବଳ ଧନ ଜୀବନ ନୁହେଁ ବରଂ ବିଭିନ୍ନ ରୋଜଗାର କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳେ । ସେହିପରି ପୁରୀ ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ହେତୁ ଏଠାରେ ଅନେକ ସମୟରେ ବାତ୍ୟା ଯୋଗୁ ବହୁତ କ୍ଷୟ […] The post ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ, ବାତ୍ୟା ଦାନା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେ ବ୍ୟବସାୟୀ appeared first on KNews Odisha.

ବାତ୍ୟା ଆସିଲେ ସମୁଦ୍ର ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ବେଶୀ ଦେଖା ଦେଇଥାଏ । ବିଭିନ୍ନ ସମୟରେ ବାତ୍ୟା ଯୋଗୁ ଉପକୂଳ ଜିଲ୍ଲା ଗୁଡିକରେ ଅନେକ କ୍ଷୟ କ୍ଷତି ହୁଏ । ବାତ୍ୟା ଯୋଗୁ କେବଳ ଧନ ଜୀବନ ନୁହେଁ ବରଂ ବିଭିନ୍ନ ରୋଜଗାର କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳେ । ସେହିପରି ପୁରୀ ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ହେତୁ ଏଠାରେ ଅନେକ ସମୟରେ ବାତ୍ୟା ଯୋଗୁ ବହୁତ କ୍ଷୟ କ୍ଷତି ହୋଇଛି । ବାତ୍ୟା ଯୋଗୁ ପର୍ଯ୍ୟଟକ ଓ ଭକ୍ତ ଶୂନ୍ୟ ହୋଇପଡେ ଶ୍ରୀ କ୍ଷେତ୍ର ପୁରୀ । ପୁରୀରେ ବିଭିନ୍ନ ସମୟରେ ବାତ୍ୟା ଯୋଗୁ ପର୍ଯ୍ୟଟନ ଶିଳ୍ପ ଏବଂ ହୋଟେଲ ଶିଳ୍ପ ସହ ପରିବହନ କ୍ଷେତ୍ରରେ ମଧ୍ୟ ଏହାର ସିଧା ସଳଖ ପ୍ରଭାବ ପଡିଛି । ତେବେ ବାତ୍ୟା ଦାନାକୁ ନେଇ ପୁରୀରେ ପର୍ଯ୍ୟଟକଙ୍କୁ ଖାଲି କରାଯାଇଥିବା ହେତୁ ଏହାର ପ୍ରଭାବ ବିଭିନ୍ନ ବ୍ୟବସାୟ ଉପରେ ପଡିଛି । ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି ହୋଟେଲ, ଶିଳ୍ପ ଟ୍ରାଭେଲ ଏଜେନ୍ସି ଏବଂ ବସ ମାଲିକ ମାନଙ୍କୁ ।
ବାତ୍ୟା ଦାନାର ପ୍ରଭାବ ପୁରୀକୁ ଏତେ ମାତ୍ରାରେ ନଥିଲେ ମଧ୍ୟ ବିଭିନ୍ନ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟା ଦାନା ଯୋଗୁ ପୁରୀକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା । ତେଣୁ ଏହାର ପ୍ରଭାବ ସାଧାରଣ ବ୍ୟବସାୟ ଉପରେ ଦେଖିବାକୁ ମିଳିଛି । ପର୍ଯ୍ୟଟକ ନଥିବା ଯୋଗୁ ପୁରୀରେ ଥିବା ସମସ୍ତ ହୋଟେଲ ଗୁଡିକ ସମ୍ପୂର୍ଣ ଖାଲି ରହିଛି । ଆଉ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି ହୋଟେଲ ମାଲିକ ମାନଙ୍କୁ । ପୂର୍ବରୁ ଅନେକ ବାତ୍ୟା ହୋଟେଲ ବ୍ୟବସାୟ ଉପରେ ପ୍ରଭାବ ପକାଇଥିବା ବେଳେ ବର୍ତମାନ ବାତ୍ୟା ଦାନା ଯୋଗୁ ପୁଣି ଥରେ ବିଭିନ୍ନ ହୋଟେଲ ମାଲିକ ମାନଙ୍କୁ କ୍ଷତି ସହିବାକୁ ପଡିଛି । ବର୍ତ୍ତମାନ ପୁରୀରେ ସ୍ଥିତି ସ୍ବାଭାବିକ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଲାଗି କୌଣସି କଟକଣା ନଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ଆଗକୁ ଦୀପାବଳି ଓ ଡିସେମ୍ବର ମାସ ଥିବାରୁ ପର୍ଯ୍ୟଟକଙ୍କ ପୁଣି ଆଗମନ ହେଲେ ବ୍ୟବସାୟ ସ୍ୱାଭାବିକ ହେବ ବୋଲି ଆଶା ରଖିଛନ୍ତି ବିଭିନ୍ନ ହୋଟେଲ ମାଲିକ ଓ କର୍ମଚାରୀ ।
ସେହିପରି ବାତ୍ୟା ପ୍ରଭାବରେ ମଧ୍ୟ ପାରିବହନ କ୍ଷେତ୍ରରେ ବେଶ ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟା ଦାନା ଯୋଗୁ ପୁରୀରୁ ବସ ଚଳାଚଳ ବନ୍ଦ ରହିବା ସହ କିଛି ମାତ୍ରାରେ ବସ ସେବା ଯୋଗାଉଥିବା କହିଛନ୍ତି ବସ ମାଲିକ । ପୂର୍ବରୁ ଅନେକ ବାତ୍ୟା ଯୋଗୁ ପରିବହନ କ୍ଷେତ୍ରରେ ବହୁତ କ୍ଷତି ସହିବାକୁ ପଡିଛି । ବାତ୍ୟା ଦାନା ଯୋଗୁ ପୁରୀରୁ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ଆଜି ଠାରୁ ପୁଣି ସ୍ୱାଭାବିକ ହୋଇଛି ବସ ସେବା । ଦୁଇ ଦିନ ଧରି ବସ ସେବା ବନ୍ଦ ହେତୁ ବସ ମାଲିକମାନେ ସରକାରଙ୍କୁ ଟିକସ ଛାଡ଼ ଲାଗି ଦାବି କରିଛନ୍ତି । ଅନ୍ୟପଟେ କେବଳ ବସ ସେବା ନୁହେଁ ଛୋଟ ବଡ଼ ବ୍ୟବସାୟରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ।
ବାତ୍ୟା ଦାନାର ପ୍ରଭାବ ପୁରୀକୁ ଏତେ ମାତ୍ରାରେ ନଥିବା ବେଳେ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ । ଚିନ୍ତାରେ ଛୋଟ ବଡ଼ ବ୍ୟବସାୟୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ପର୍ଯ୍ୟଟକଙ୍କ ଲାଗି କୌଣସି କଟକଣା ନଥିବା ସୂଚନା ଦିଆଯାଇଥିବା ଖବର ଶୁଣି ଆଶ୍ବସ୍ତି ଲାଭ କରିଛନ୍ତି ବିଭିନ୍ନ ବ୍ୟବସାୟୀ ।
The post ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ, ବାତ୍ୟା ଦାନା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେ ବ୍ୟବସାୟୀ appeared first on KNews Odisha.