ରୁଷ ନଦୀରେ ବୁଡ଼ି ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ପରେ ଦୂତାବାସ ପକ୍ଷରୁ ଜାରି ହେଲା ଆଡଭାଇଜାରୀ
ମସ୍କୋ : ରୁଷର ସେଣ୍ଟ ପିଟର୍ସବର୍ଗ ନିକଟରେ ଥିବା ନଦୀରେ ବୁଡ଼ି ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ର ନିଶା ଭୂପେଶ ସୋନୱାନେଙ୍କୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ହର୍ଷଲ ଅନନ୍ତରାଓ ଦେସାଲେ, ଜିଶାନ ଅସପକ ପିଞ୍ଜାରି,ଜିଆ ଫିରୋଜ ପିଞ୍ଜାରି ଏବଂ ମଲିକ ଗୁଲମଗୋସ ମହମ୍ମଦ ୟାକୁବ। ସମସ୍ତେ ‘ୟାରୋସ୍ଲଭ-ଦ-ୱାଇଜ ନୋଭଗୋରୋଡ ଷ୍ଟେଟ ୟୁନିଭର୍ସିଟି’ରେ ଡାକ୍ତରୀ ପାଠ ପଢୁଥିଲେ। ଏମାନେ ବୁଲିବା ପାଇଁ ଭୋଲକୋଭ ନଦୀକୂଳକୁ ଯାଇଥିଲେ। ସେଠାରେ ନଦୀରେ ଗାଧୋଇବା […]

ମସ୍କୋ : ରୁଷର ସେଣ୍ଟ ପିଟର୍ସବର୍ଗ ନିକଟରେ ଥିବା ନଦୀରେ ବୁଡ଼ି ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ର ନିଶା ଭୂପେଶ ସୋନୱାନେଙ୍କୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ହର୍ଷଲ ଅନନ୍ତରାଓ ଦେସାଲେ, ଜିଶାନ ଅସପକ ପିଞ୍ଜାରି,ଜିଆ ଫିରୋଜ ପିଞ୍ଜାରି ଏବଂ ମଲିକ ଗୁଲମଗୋସ ମହମ୍ମଦ ୟାକୁବ। ସମସ୍ତେ ‘ୟାରୋସ୍ଲଭ-ଦ-ୱାଇଜ ନୋଭଗୋରୋଡ ଷ୍ଟେଟ ୟୁନିଭର୍ସିଟି’ରେ ଡାକ୍ତରୀ ପାଠ ପଢୁଥିଲେ। ଏମାନେ ବୁଲିବା ପାଇଁ ଭୋଲକୋଭ ନଦୀକୂଳକୁ ଯାଇଥିଲେ। ସେଠାରେ ନଦୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ।
ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୨ ମୃତଦେହର ତଲାସୀ ଜାରି ରହିଛି। ଏ ମାମଲାରେ ଭାରତୀୟ ଦୂତାବାସ ରୁଷ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି। ଖୁବଶୀଘ୍ର ସମସ୍ତ ମୃତଦେହକୁ ଭାରତ ପଠାଇ ଦିଆଯିବ ବୋଲି କୁହାଯାଇଛି। ଏଥି ସହିତ ଉଦ୍ଧାର କରାଯାଇଥିବା ଛାତ୍ରୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।
Advisory for Indian students in Russia:https://t.co/h7RnGowOkB https://t.co/z8q9dk4qag pic.twitter.com/IDADhYsiqG
— India in Russia (@IndEmbMoscow) June 7, 2024
ସେପଟେ ବାରମ୍ବାର ରୁଷରେ ଏପରି ଖବର ସାମ୍ନାକୁ ଆସୁଥିବା କାରଣରୁ ରୁଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି। ମସ୍କୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ରୁଷରେ ଭାରତୀୟ ଛାତ୍ରମାନଙ୍କ ବୁଡ଼ିଯିବାର ଦୁର୍ଭାଗ୍ୟଜନକ ଘଟଣା ସମୟ ସମୟରେ ଘଟୁଛି। ଏ ବର୍ଷ ଏଭଳି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି।ଆହୁରି ମଧ୍ୟ ୨୦୨୩ରେ ଏପରି ଦୁଇଟି ଘଟଣା ଏବଂ ୨୦୨୨ରେ ମଧ୍ୟ ୬ ଜଣ ନଦୀରେ ବୁଡି ପ୍ରାଣ ହରାଇଥିଲେ। ତେଣୁ ଦୂତାବାସ ପକ୍ଷରୁ ରୁଷରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ସମୁଦ୍ର କୂଳ, ନଦୀ, ହ୍ରଦ, ପୋଖରୀ ଏବଂ ଅନ୍ୟାନ୍ୟ ଜଳସ୍ରୋତକୁ ଯିବାବେଳେ ଅତ୍ୟଧିକ ସତର୍କ ରହିବାକୁ ଅନୁରୋଧ କରିଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଆବଶ୍ୟକୀୟ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି।