ସାଉଦି ଆରବର ରିୟାଧରେ ଓଡ଼ିଶା ସାମାଜିକ-ସାଂସ୍କୃତିକ ସଙ୍ଗଠନ (ରୋଜା) ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ବର : ସୁଦୂର ମଧ୍ୟ ପ୍ରାଚ୍ୟରେ ଅବସ୍ଥିତ ବୃହତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଗଢି ଉଠିଥିବା ଓଡ଼ିଶା ସାମାଜିକ-ସାଂସ୍କୃତିକ ସଙ୍ଗଠନ (ରୋଜା) ତରଫରୁ ଗତକାଲି କିଙ୍ଗ ଫାହାଦ ମେଡିକାଲ ସିଟି (କେଏଫଏମସି) ରକ୍ତଭଣ୍ଡାର ସହ ମିଳିତ ଭାବରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ସାଉଦି ଭାରତୀୟ ସ୍ୱାସ୍ଥ୍ୟ ଫୋରମର ଉପ ଅଧ୍ୟକ୍ଷ ଡ଼କ୍ଟର ସୟଦ ଅନୱର ଖୁର୍ସିଦ ଯୋଗ ଦାନ କରି ପ୍ରବାସୀ ଭାରତୀୟ ଓଡ଼ିଆ […]

ଭୁବନେଶ୍ବର : ସୁଦୂର ମଧ୍ୟ ପ୍ରାଚ୍ୟରେ ଅବସ୍ଥିତ ବୃହତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଗଢି ଉଠିଥିବା ଓଡ଼ିଶା ସାମାଜିକ-ସାଂସ୍କୃତିକ ସଙ୍ଗଠନ (ରୋଜା) ତରଫରୁ ଗତକାଲି କିଙ୍ଗ ଫାହାଦ ମେଡିକାଲ ସିଟି (କେଏଫଏମସି) ରକ୍ତଭଣ୍ଡାର ସହ ମିଳିତ ଭାବରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ସାଉଦି ଭାରତୀୟ ସ୍ୱାସ୍ଥ୍ୟ ଫୋରମର ଉପ ଅଧ୍ୟକ୍ଷ ଡ଼କ୍ଟର ସୟଦ ଅନୱର ଖୁର୍ସିଦ ଯୋଗ ଦାନ କରି ପ୍ରବାସୀ ଭାରତୀୟ ଓଡ଼ିଆ ଭାଇ ଓ ଭଉଣୀଙ୍କ ରକ୍ତଦାନ ପାଇଁ ଆଗ୍ରହ ଦେଖି ବିଶେଷ ଆନନ୍ଦିତ ହୋଇଥିଲେ। ଏହି ରକ୍ତଦାନ ଶିବିରରେ ପ୍ରାୟ ୨୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଭିନ୍ନ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ରକ୍ତ ଦାନ କରିଥିଲେ ।
ଓଡ଼ିଶା ସାମାଜିକ-ସାଂସ୍କୃତିକ ସଙ୍ଗଠନ (ରୋଜା)ର ବର୍ତ୍ତମାନର ସଭାପତି ଆଜିମୁଦ୍ଦିନ ଖାଁନ ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ସହ ସାଉଦି ଆରବର ରିୟାଦରେ ଓଡିଆ ସମ୍ପ୍ରଦାୟର ଉତ୍ତମ କାର୍ଯ୍ୟକଳାପକୁ ବିବିଧ କରିବା ପାଇଁ ନିୟମିତ ରକ୍ତଦାନ ଶିବିର କରିବାକୁ ନିଷ୍ପତ୍ତି ନେଇଛନ୍ତି।