କେନ୍ଦୁଝରରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ
କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ୫ଟି ଜିଲାରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ନିକଟ ପଡିଆରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ’ ବସ୍ ଜିଲାରେ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ। […] The post କେନ୍ଦୁଝରରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ appeared first on Dharitri Odia News.
କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ୫ଟି ଜିଲାରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ନିକଟ ପଡିଆରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ’ ବସ୍ ଜିଲାରେ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦ୍ବାରା ପିଲାମାନେ କଲେଜ ଯିବେ। ରୋଗୀ ମେଡ଼ିକାଲ ଓ ଚାଷୀମାନେ ବଜାର ଯାଇ ବିକ୍ରିବଟା କରି ବିଭିନ୍ନ ସୁବିଧା ପାଇବେ। ଲୋକେ ସୁବିଧାରେ ଜଗନ୍ନାଥ ଦର୍ଶନ କରିପାରିବେ। ପର୍ଯ୍ୟାୟ କ୍ରମେ ଫେବୃଆରୀ ଶେଷସୁଦ୍ଧା ସବୁ ଜିଲାରେ ଏହି ସେବା ଆରମ୍ଭ ହେବ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ଏହି ସେବା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସୁଗମ ହେବ। ଏଥିପାଇଁ ଯାତାୟାତ ସୁରକ୍ଷା ପାଇଁ ଦକ୍ଷତା ସମ୍ପନ୍ନ ଚାଳକଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସୁବିଧା, ସୁରକ୍ଷା, ସମ୍ମାନ ଦେଲେ ପ୍ରକୃତ ଲକ୍ଷ୍ମୀ ବଢ଼ିବ। କେନ୍ଦୁଝର ଏମ୍ପି ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ବଦ୍ରି ନାରାୟଣ ପାତ୍ର, ଜଗନ୍ନାଥ ସିଂ, ଭାଗିରଥି ସେଠୀ, ମିନାକ୍ଷୀ ମହାନ୍ତ, ସତନ୍ତ୍ର ଉନ୍ନୟନ କାଉନସିଲର ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଜିଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। ବିଧାୟକ ଓ ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ବଦ୍ରି ନାରାୟଣ ପାତ୍ର ଅଭିଭାଷଣ ଦେଇ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।
The post କେନ୍ଦୁଝରରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ appeared first on Dharitri Odia News.