ନିର୍ମାଣ କାର୍ଯ୍ୟର ମାନ ଉପରେ ଦିଆଯିବ ସର୍ବାଧିକ ଗୁରୁତ୍ୱ

ଡେସ୍କ: ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତିଟି ନିର୍ମାଣ କାର୍ଯ୍ୟର ମାନ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଦ୍ୱାରା ପ୍ରାପ୍ତ ସମସ୍ତ ଅଭିଯୋଗର ତୁରନ୍ତ ଯଥାବିଧି ସମାଧାନ ଉପରେ ଗୁରୁତ୍ୱ ଦେବା […]

ନିର୍ମାଣ କାର୍ଯ୍ୟର ମାନ ଉପରେ ଦିଆଯିବ ସର୍ବାଧିକ ଗୁରୁତ୍ୱ

ଡେସ୍କ: ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତିଟି ନିର୍ମାଣ କାର୍ଯ୍ୟର ମାନ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଦ୍ୱାରା ପ୍ରାପ୍ତ ସମସ୍ତ ଅଭିଯୋଗର ତୁରନ୍ତ ଯଥାବିଧି ସମାଧାନ ଉପରେ ଗୁରୁତ୍ୱ ଦେବା ପୂର୍ବକ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ ଦେଇ ବିଭାଗରୁ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ଅବସର ଗ୍ରହଣ ଦିନ ସମ୍ପୂର୍ଣ୍ଣ ପେନସନ୍‌ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି।