ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ

ରାଇକିଆ,୧୯।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ମାଳାଞ୍ଚଳ ଛାତ୍ରାବାସ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା। ଏହି ଅବସରରେ ପୂର୍ବତନ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶୋଭାଯାତ୍ରାରେ ଜିଲା ଭାଜପା ସଭାପତି […] The post ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ appeared first on Dharitri Odia News.

ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ

ରାଇକିଆ,୧୯।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ଅପରେଶନ ସିନ୍ଦୁରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ମାଳାଞ୍ଚଳ ଛାତ୍ରାବାସ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା।

ଏହି ଅବସରରେ ପୂର୍ବତନ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶୋଭାଯାତ୍ରାରେ ଜିଲା ଭାଜପା ସଭାପତି ପଣ୍ଡିତ କୁମାର ବିସ ମାଝୀ, ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ, ମଣ୍ଡଳ ସଭାପତି ସଂତୋଷ ପାତ୍ର, ଗଜେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟା ଝୁଲିମା ଦଳ ବେହେରା,ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ନାରାୟଣ ପାତ୍ରଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନ ସାଧାରଣ ସାମିଲ ହୋଇଥିଲେ ।

 

The post ଅପରେଶନ ସିନ୍ଦୂରର ସଫଳତା: ଭାରତୀୟ ସେନାର ସାହସକୁ ସମ୍ମାନ appeared first on Dharitri Odia News.