ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା):ଭୁବନେଶ୍ୱର ଲୋକ ସଭା ଆସନରୁ ୫ଥର ବିଜୟ ଲାଭ କରିଥିବା ବିଜେଡିର ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ପାଇଁ ସେ ଦୀର୍ଘବର୍ଷ ଧରି କାମ କରି ଆସିଥିଲେ, ତାହା ଆଉ ପୂର୍ବ ପରି ନାହିଁ। ତାଙ୍କୁ ଦଳ ପକ୍ଷରୁ ଅବହେଳା କରାଯାଇଛି। ତେଣୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସୋମବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟରେ […] The post ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରସନ୍ନ ପାଟ୍ଟଶାଣୀ appeared first on Dharitri Odia News.

ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା):ଭୁବନେଶ୍ୱର ଲୋକ ସଭା ଆସନରୁ ୫ଥର ବିଜୟ ଲାଭ କରିଥିବା ବିଜେଡିର ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ପାଇଁ ସେ ଦୀର୍ଘବର୍ଷ ଧରି କାମ କରି ଆସିଥିଲେ, ତାହା ଆଉ ପୂର୍ବ ପରି ନାହିଁ। ତାଙ୍କୁ ଦଳ ପକ୍ଷରୁ ଅବହେଳା କରାଯାଇଛି। ତେଣୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ସୋମବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ବାବି ଚୌଧୁରୀ ଓ ମୁନା ପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ସହ ଭୁବନେଶ୍ୱର ଜୟଦେବ ନିର୍ବାଚନମଣ୍ଡଳୀର ବହୁ ବିଜେଡିି ନେତା ଓ କର୍ମୀ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେବ ଉପସ୍ଥିତ ଥିଲେ। ତେବେ ସମସ୍ତଙ୍କୁ ଭାଜପା ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ସମସ୍ତେ ମିଶି ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି ଏମପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

The post ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରସନ୍ନ ପାଟ୍ଟଶାଣୀ appeared first on Dharitri Odia News.