ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି। ଏପରିକି ଉଭୟ ଅଲଗା ରହୁଛନ୍ତି ଏବଂ ଖୁବ୍‌ଶୀଘ୍ର ଛାଡପତ୍ର ନେବେ ବୋଲି କୁହାଯାଉଛି। ନିକଟରେ ଅଭିଷେକଙ୍କ ଏକ ନକଲି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ସେ ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନିଶ୍ଚିତ କରିଥିଲେ। ପ୍ୟାରିସରେ ଚାଲିଥିବା ୨୦୨୪ ଅଲିମ୍ପିକ୍ସ ପାଇଁ ଅଭିଷେକଙ୍କୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ବିନା ମଧ୍ୟ ଦେଖିବାକୁ ମିଳିଥିଲା। ଏସବୁ ମଧ୍ୟରେ ପ୍ରଥମ ଥର ପାଇଁ ଅଭିଷେକ […] The post ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ appeared first on Dharitri Odia News.

ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି। ଏପରିକି ଉଭୟ ଅଲଗା ରହୁଛନ୍ତି ଏବଂ ଖୁବ୍‌ଶୀଘ୍ର ଛାଡପତ୍ର ନେବେ ବୋଲି କୁହାଯାଉଛି।
ନିକଟରେ ଅଭିଷେକଙ୍କ ଏକ ନକଲି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ସେ ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନିଶ୍ଚିତ କରିଥିଲେ। ପ୍ୟାରିସରେ ଚାଲିଥିବା ୨୦୨୪ ଅଲିମ୍ପିକ୍ସ ପାଇଁ ଅଭିଷେକଙ୍କୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ବିନା ମଧ୍ୟ ଦେଖିବାକୁ ମିଳିଥିଲା। ଏସବୁ ମଧ୍ୟରେ ପ୍ରଥମ ଥର ପାଇଁ ଅଭିଷେକ ଐଶ୍ଚର୍ଯ୍ୟାଙ୍କ ସହ ଛାଡପତ୍ର ହେବାର ଗୁଜବ ଉପରେ ମୁହଁ ଖୋଲିଛନ୍ତି ଏବଂ ଛାଡପତ୍ର ଗୁଜବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏକ ସାକ୍ଷାତକାରରେ ଅଭିଷେକଙ୍କୁ ଐଶ୍ଚର୍ଯ୍ୟାଙ୍କ ସହ ଛାଡପତ୍ର ହେବାର ଗୁଜବ ବିଷୟରେ ପଚରାଯାଇଥିଲା। ଏହା ଉପରେ ଅଭିନେତା ତାଙ୍କ ରିଙ୍ଗ ଦେଖାଇ ସ୍ପଷ୍ଟ କରିଛନ୍ତି, ସେ ବିବାହିତ। ଅଭିଷେକ ଏହା ମଧ୍ୟ କହିଛନ୍ତି, ସବୁକିଛି ବଢେଇଚଢେଇ ଉପସ୍ଥାପନ କରାଯାଉଛି। ଜଣେ ସେଲିବ୍ରିଟି ହୋଇଥିବାରୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏ ବିଷୟରେ ମୁଁ କିଛି ବି କହିବାକୁ ଚାହୁଁନାହିଁ। ଦୁଃଖର ବିଷୟ, ସମସ୍ତେ ପୁରା ଜିନିଷ ଅଧିକ ମାତ୍ରାରେ ଭାଇରାଲ କରୁଛ। ମୁଁ ବୁଝିପାରୁଛି ତୁମେ କାହିଁକି କରୁଛ। ତୁମକୁ ଷ୍ଟୋରୀ ଫାଇଲ କରିବାକୁ ପଡିବ। ଏହା ଠିକ ଅଛି, ଆମେ ସେଲିବ୍ରିଟି, ଆମେ ଏହାକୁ ବୁଝିବାକୁ ପଡିବ। ମୁଁ ଏବେ ବି ବିବାହିତ, ସରି।

ଅଭିଷେକ ଏବଂ ଐଶ୍ଚର୍ଯ୍ୟାଙ୍କ ବିବାହକୁ ୧୭ ବର୍ଷ ପୂରିଛି। ଏହି ଦମ୍ପତିଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି।

The post ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ appeared first on Dharitri Odia News.