ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦଳ ଅଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଗଞ୍ଜାମ ଏନଏସି ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ମଙ୍ଗଳବାର ତାଙ୍କ ସମର୍ଥକଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ […] The post ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା appeared first on Dharitri Odia News.

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦଳ ଅଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଗଞ୍ଜାମ ଏନଏସି ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ମଙ୍ଗଳବାର ତାଙ୍କ ସମର୍ଥକଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏଥିସହ ଭାଜପା ଯୁବ ନେତା ବିକ୍ରମ ମହାରଣା ମଧ୍ୟ ଶଙ୍ଖ ଫୁଙ୍ଖିଛନ୍ତି।

ବରିଷ୍ଠ ନେତା ସୁଦାମ ଜେନା ବିଜେଡିରେ ଯୋଗ ଦେବା ପରେ ଗଞ୍ଜାମ ଏନଏସି ବିଜେଡିର ସ୍ଥିତି ସୃଦୃଢ ହୋଇଥିବା ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି l ଗତ ପୌର ନିର୍ବାଚନରେ ସୁଦାମ ଜେନାଙ୍କ ସଫଳ ଗୋଟି ଚାଳନାରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷା ପଦବୀ ହାତେଇ ଥିଲା l ଭାଜପାକୁ ଏଠାରେ ଶକ୍ତ ଧକ୍କା ଲାଗିଥିବା ଚର୍ଚ୍ଚା ହେଉଛି l

The post ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା appeared first on Dharitri Odia News.