୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ…
ଭୁବନେଶ୍ୱର,୨୮।୫: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏବଂ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲାରେ ହୋଇପାରେ ଅତି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ […] The post ୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ… appeared first on Dharitri Odia News.
ଭୁବନେଶ୍ୱର,୨୮।୫: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏବଂ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ତେବେ ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲାରେ ହୋଇପାରେ ଅତି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହୋଇଛି ଲଘୁଚାପ। ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଓଡ଼ିଶାରେ ପହଞ୍ଚିଛି, ଯାହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧୪ ଦିନ ଆଗରୁ ହୋଇଛି। ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ ଆଖପାଖରେ ପହଞ୍ଚିଥାଏ। ଏହି ଶୀଘ୍ର ଆଗମନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ହୋଇଛି, ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଗଭୀର ନିମ୍ନଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଥମ ଦିନରେ ମୌସୁମୀ ମାଲକାନଗିରି ଓ କୋରାପୁଟ ଜିଲାକୁ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦନ କରିଛି ଏବଂ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରଭାବିତ କରିଛି।
ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲାମାନଙ୍କରେ ମଧ୍ୟମ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। ଭୁବନେଶ୍ୱରସ୍ଥିତ ଆଇଏମଡିର ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଯୋଗୁଁ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ଏବଂ ଆଗାମୀ କିଛି ଦିନ ମଧ୍ୟରେ ମୌସୁମୀ ରାଜ୍ୟର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବ।
The post ୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ… appeared first on Dharitri Odia News.