ତଲାବିରା: ଫସିଲେ ନବୀନ!

ଭୁବନେଶ୍ୱର,୮।୮(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କୋଇଲା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ହିଣ୍ଡାଲ୍‌କୋ ନାଁରେ ସିବିଆଇ ଏତଲା ରୁଜୁକରିବା ପରେ ଅଡୁଆ ବଢ଼ିଥିବା କୁହାଯାଉଛି। ଯେହେତୁ ୨୦୦୫ରେ ହିଣ୍ଡାଲ୍‌କୋକୁ ତଲାବିରା ଖଣି ଦେବା ଲାଗି ସୁପାରିସ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନବୀନ ଚିଠି ଲେଖିଥିଲେ ସେଥିଲାଗି ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ତଲାବିରା ଖଣି ଲାଗି ପରିବେଶ ମଞ୍ଜୁରୀ ହାତେଇବା […] The post ତଲାବିରା: ଫସିଲେ ନବୀନ! appeared first on Dharitri Odia News.

ତଲାବିରା: ଫସିଲେ ନବୀନ!
ଭୁବନେଶ୍ୱର,୮।୮(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କୋଇଲା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ହିଣ୍ଡାଲ୍‌କୋ ନାଁରେ ସିବିଆଇ ଏତଲା ରୁଜୁକରିବା ପରେ ଅଡୁଆ ବଢ଼ିଥିବା କୁହାଯାଉଛି। ଯେହେତୁ ୨୦୦୫ରେ ହିଣ୍ଡାଲ୍‌କୋକୁ ତଲାବିରା ଖଣି ଦେବା ଲାଗି ସୁପାରିସ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନବୀନ ଚିଠି ଲେଖିଥିଲେ ସେଥିଲାଗି ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ତଲାବିରା ଖଣି ଲାଗି ପରିବେଶ ମଞ୍ଜୁରୀ ହାତେଇବା ପାଇଁ ହିଣ୍ଡାଲ୍‌କୋ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି। ଏହି ପ୍ରସଙ୍ଗରେ ଏବେ ନବୀନଙ୍କୁ ଉଭୟ ଭାଜପା ଏବଂ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ପାଲଟା ଜବାବ ରଖିଛି ବିଜେଡି।
ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଗତ ସରକାର ସମୟରେ ସମସ୍ତ ଆଇନକାନୁନ ଏବଂ ବିଧି ବ୍ୟବସ୍ଥାକୁ ଆଖି ବୁଜିଦେଇ ଅନେକ କାମ ହୋଇଥିଲା। ଏବେ ସିବିଆଇ ତଦନ୍ତରୁ ସବୁକଥା ସାମ୍ନାକୁ ଆସିବ। ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତ୍ତି କହି ଆସୁଥିଲେ, ଯିଏ ଏଥିରେ ସାମିଲ ଥିବେ ସେମାନେ ସାମ୍ନାକୁ ଆସିବା ଦରକାର ବୋଲି ଟଙ୍କାଧର କହିଛନ୍ତି।
କଂଗ୍ରେସ ବିଧାୟକ ସିଏସ୍‌ ରାଜନ୍‌ ଏକ୍‌କା କହିଛନ୍ତି, ଯେତେବେଳେ ସିବିଆଇ ତଦନ୍ତ ହେବ କିଏ  କାହାକୁ ଅନୁକମ୍ପା ଦେଖାଇଥିବେ ତାହା ସାମ୍ନାକୁ ଆସିବ। ଆଉ ଯଦି ସବୁ ବିଷୟ ତର୍ଜମା ନ କରି କାହାକୁ ଖଣି ଦିଆଯାଇଥିବ ତାହ ମଧ୍ୟ ବାହାରକୁ ବାହାରିବ। ଯେଉଁମାନେ ଏଥିଲାଗି ଦାୟୀ ହୋଇଥିବେ ସେ ବିରୋଧୀ ଦଳ ନେତା କି ଆଉ ଯିଏ ହୋଇଥାଆନ୍ତୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି ରାଜନ କହିଛନ୍ତି।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ୨୪ ବର୍ଷ ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବଚ୍ଛତା ଦେଖାଇ ଆସିଛନ୍ତି। ଚିଠି ଲେଖିବାରେ ଅସୁବିଧା କେଉଁଠି ରହିଲା। ଓଡ଼ିଶାର ବିକାଶ ଲାଗି ଯଦି କିଛି ଭଲ କାମ ହେବାକୁ ଯାଉଛି ସେଥିପାଇଁ ଚିଠି ଦିଆଗଲା ସେଥିରେ ଅସୁବିଧା କ’ଣ ରହିଲା। ତେଣୁ ଚିଠି ଲେଖିଲେ ବୋଲି କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଦୁର୍ନୀତି କରିବାକୁ ସୁଯୋଗ ଦେଲେ କହିବା ଭୁଲ୍‌ ବୋଲି ପ୍ରଦୀପ କହିଛନ୍ତି।

The post ତଲାବିରା: ଫସିଲେ ନବୀନ! appeared first on Dharitri Odia News.