ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା
ପୁରୁଷୋତ୍ତମପୁର,୨୨ା୬(ସୀମାଞ୍ଚଳ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବିଜେଡି ପକ୍ଷରୁ ରବିବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଅସ୍ତ୍ରୋପଚାର ଚିକିତ୍ସା ଲାଗି ମୁମ୍ବାଇ ଯାଇଥିବା ବେଳେ କିପରି ସୁରୁଖୁରୁରେ ଅସ୍ତ୍ରୋପଚାର ହେବା ସହ ସେ ସୁସ୍ଥ ହୋଇ ପୁଣି ଓଡ଼ିଶାକୁ ଫେରିଆସିବେ ସେଥିନେଇ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ତତ୍ତ୍ୱାବଧାନରେ ତାରାତାରିଣୀଠାରେ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ […] The post ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା appeared first on Dharitri Odia News.
ପୁରୁଷୋତ୍ତମପୁର,୨୨ା୬(ସୀମାଞ୍ଚଳ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବିଜେଡି ପକ୍ଷରୁ ରବିବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଅସ୍ତ୍ରୋପଚାର ଚିକିତ୍ସା ଲାଗି ମୁମ୍ବାଇ ଯାଇଥିବା ବେଳେ କିପରି ସୁରୁଖୁରୁରେ ଅସ୍ତ୍ରୋପଚାର ହେବା ସହ ସେ ସୁସ୍ଥ ହୋଇ ପୁଣି ଓଡ଼ିଶାକୁ ଫେରିଆସିବେ ସେଥିନେଇ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ତତ୍ତ୍ୱାବଧାନରେ ତାରାତାରିଣୀଠାରେ ପୂଜାର୍ଚ୍ଚନା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସମେତ ବିଜେଡି ନେତା ଶୁଭ୍ରାଂଶୁ ଶେଖର ସାବତ, ପ୍ରଭାତ କୁମାର ପଟ୍ଟନାୟକ, ଭବାନୀ ଶଙ୍କର ପଣ୍ଡା, ଭବାନୀକାନ୍ତ ସାହୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।
The post ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା appeared first on Dharitri Odia News.