ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟ।ତ ଫ୍ୟାସନ ଡିଜାଇନର ରୋହିତ ବଳଙ୍କର ପରଲୋକ ହୋଇଛି। ରୋହିତ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଗତବର୍ଷ ଠାରୁ ସେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ପୁଣି ଥରେ ଫ୍ୟାସନ ଡିଜାଇନ କାମ ଆରମ୍ଭ କରିଥିଲେ। ଶେଷ ଥର ପାଇଁ ତାଙ୍କୁ ଲାକ୍‌ ମି ଇଣ୍ଡିଆ ଫେସନ ୱିକ୍‌ରେ ତାଙ୍କର ଶେଷ ଶୋ ପ୍ରଦର୍ଶନ କରିଥିଲେ। ଫେଶନ ଶୋ’ରେ ରାମ୍ପ କରୁଥିବା ବେଳେ ରୋହିତଙ୍କ ପାଦ ଟଳମଳ ହେବା ପରେ ପ୍ୟାନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପଡ଼ଥିଲେ। ଏହାପରେ ତାଙ୍କର ଚିକିତ୍ସା ଚାଲିଥିଲା। ଶୁକ୍ରବାର ୬୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ରୋହିତଙ୍କ ବିୟୋଗ ନେଇ ଶିଳ୍ପପତି ଗୌତମ ସିଂଘାନିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁ ହରାଇଲି ବୋଲି ସିଂଘନିଆଁ ଲେଖିଛନ୍ତି। ରୋହିତଙ୍କ ନିକଟ ସମ୍ପର୍କୀୟ ତାଙ୍କୁ ସ୍ନେହଁରେ ଗୁଡ୍ଡା ବୋଲି ଡାକୁଥିଲେ। କାଶ୍ମୀରୁ ଆସିଥିବା ରୋହିତ ନିଜର ଆଇକନିକ କାଉତର ସହିତ ଫ୍ୟାସନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନେକ ସମୟରେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାରଙ୍କୁ ମଡର୍ଣ୍ଣ ଷ୍ଟାଇଲ୍ ଶିଖାଉଥିଲେ। ବୋଲ୍ଡ ଓ ଏକ୍ସପ୍ରେସିଭ ଡିଡାଇନ ପାଇଁ ସେ ବେଶ୍ ଜଣାଶୁଣା। ଏଥିପାଇଁ ସେ ଇଣ୍ଡଷ୍ଟ୍ରୀରେ ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ

ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟ।ତ ଫ୍ୟାସନ ଡିଜାଇନର ରୋହିତ ବଳଙ୍କର ପରଲୋକ ହୋଇଛି। ରୋହିତ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଗତବର୍ଷ ଠାରୁ ସେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ପୁଣି ଥରେ ଫ୍ୟାସନ ଡିଜାଇନ କାମ ଆରମ୍ଭ କରିଥିଲେ। ଶେଷ ଥର ପାଇଁ ତାଙ୍କୁ ଲାକ୍‌ ମି ଇଣ୍ଡିଆ ଫେସନ ୱିକ୍‌ରେ ତାଙ୍କର ଶେଷ ଶୋ ପ୍ରଦର୍ଶନ କରିଥିଲେ। ଫେଶନ ଶୋ’ରେ ରାମ୍ପ କରୁଥିବା ବେଳେ ରୋହିତଙ୍କ ପାଦ ଟଳମଳ ହେବା ପରେ ପ୍ୟାନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପଡ଼ଥିଲେ। ଏହାପରେ ତାଙ୍କର ଚିକିତ୍ସା ଚାଲିଥିଲା। ଶୁକ୍ରବାର ୬୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। 

ରୋହିତଙ୍କ ବିୟୋଗ ନେଇ ଶିଳ୍ପପତି ଗୌତମ ସିଂଘାନିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁ ହରାଇଲି ବୋଲି ସିଂଘନିଆଁ ଲେଖିଛନ୍ତି। ରୋହିତଙ୍କ ନିକଟ ସମ୍ପର୍କୀୟ ତାଙ୍କୁ ସ୍ନେହଁରେ ଗୁଡ୍ଡା ବୋଲି ଡାକୁଥିଲେ। କାଶ୍ମୀରୁ ଆସିଥିବା ରୋହିତ ନିଜର ଆଇକନିକ କାଉତର ସହିତ ଫ୍ୟାସନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନେକ ସମୟରେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାରଙ୍କୁ ମଡର୍ଣ୍ଣ ଷ୍ଟାଇଲ୍ ଶିଖାଉଥିଲେ। ବୋଲ୍ଡ ଓ ଏକ୍ସପ୍ରେସିଭ ଡିଡାଇନ ପାଇଁ ସେ ବେଶ୍ ଜଣାଶୁଣା। ଏଥିପାଇଁ ସେ ଇଣ୍ଡଷ୍ଟ୍ରୀରେ ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ୍ ହୋଇପାରିଥିଲେ।

ସେଣ୍ଟ ଷ୍ଟିଫେନ୍ସ କଲେଜର ପୂର୍ବତନ ଛାତ୍ର ରୋହିତ ବଳ NIFT ଦିଲ୍ଲୀରେ ଫ୍ୟାଶନ୍ ଡିଜାଇନ୍ କୋର୍ସ କରିଥିଲେ। ହଲିଉଡ୍‌ର ବଡ଼ ବଡ଼ ସିନେ ଷ୍ଟାର ଯଥା ପାମେଲା ଆଣ୍ଡରସନ, ଉମା ଥରୁମାନ, ସିଣ୍ଡି କ୍ରାଉଫୋର୍ଡ ଏବଂ ନାଓମି କ୍ୟାମ୍ପବେଲ ତାଙ୍କର ଗ୍ରାହକ ରହିସାରିଛନ୍ତି।