ପ୍ରେସର ଲିକେଜ କାରଣରୁ ପୋଲ ମଝିରେ ଅଟକି ଗଲା ଟ୍ରେନ, ଲୋକପାଇଲଟଙ୍କ ଦୁଃସାହାସ ଯୋଗୁ ବର୍ତ୍ତିଲେ ଯାତ୍ରୀ
ସମସ୍ତିପୁର ୨୨।୬: ବିହାର ସମସ୍ତିପୁର ରେଳ ମଣ୍ଡଳରେ ଏକ ସାହାସିକ ଘଟଣା ସାମ୍ନାକୁ ଆସିଛି। ପ୍ରେସର ଲିକେଜ ଯୋଗୁ ଟ୍ରେନ ପୋଲ ମଝିରେ ଅଟକି ଯାଇଥିଲା। ଲୋକ ପାଇଲଟ ଅଜୟ କୁମାର ଯାଦବ ଓ ଆସିଷ୍ଟାଣ୍ଟ ଲୋକପାଇଲଟ ରଞ୍ଜିତ କୁମାର ଜୀବନକୁ ବିପଦରେ ପକାଇ ସମସ୍ୟାର ସମାଧାନ କରିଛନ୍ତି। ସମସ୍ତିପୁର ରେଳ ମଣ୍ଡଳର ବଲ୍ମିକନଗର ଓ ପାନିୟାବା ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି। ପୋଲ ସଂଖ୍ୟା ୩୮୨ରେ ଅଚାନକ ଟ୍ରେନ ନମ୍ବର ୦୫୪୯୭ ଅଟକି ଯାଇଥିଲା। ନରକଟିୟାଗଞ୍ଜ- ଗୋରଖପୁର ଲୋକୋ ଇଞ୍ଜିନର ଅନଲୋଡର ଭଲବ୍ ରେ ଏୟାର ପ୍ରେସର ଲିକେଜ ହୋଇଥିଲା। ଏଥି ଯୋଗୁ ଏମଆର ପ୍ରେସର କମିଯିବା ଯୋଗୁ ଟ୍ରେନ ପୋଲ ମଝିରେ ଅଟକି ଯାଇଥିଲା। ଲୋକପାଇଲଟ ଓ ସହାୟକ ଲୋକ ପାଇଲଟ ଇଞ୍ଜିନର ଲିକେଜ୍ ସ୍ଥାନକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ସେମାନେ ଟ୍ରେନ ତଳେ ଗଳି ପୋଲ ଉପରେ ଗୁରୁଣ୍ଡି ଗୁରୁଣ୍ଡି ଲିକେଜ ପର୍ଯ୍ୟନ୍ତ ପହଞ୍ଚି ଠିକ୍ କରିଥିଲେ ଓ ଟ୍ରେନ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା। There was air leakage from the UL valve and the Train was stopped at Naked Bridge it was closed with great effort by LP & ALPOur Loco Pilots takes all risks to keep the trains running - Red Salute to Indian Railways @RailMinIndia @AshwiniVaishnaw for the hard word & dedication pic.twitter.com
ସମସ୍ତିପୁର ୨୨।୬: ବିହାର ସମସ୍ତିପୁର ରେଳ ମଣ୍ଡଳରେ ଏକ ସାହାସିକ ଘଟଣା ସାମ୍ନାକୁ ଆସିଛି। ପ୍ରେସର ଲିକେଜ ଯୋଗୁ ଟ୍ରେନ ପୋଲ ମଝିରେ ଅଟକି ଯାଇଥିଲା। ଲୋକ ପାଇଲଟ ଅଜୟ କୁମାର ଯାଦବ ଓ ଆସିଷ୍ଟାଣ୍ଟ ଲୋକପାଇଲଟ ରଞ୍ଜିତ କୁମାର ଜୀବନକୁ ବିପଦରେ ପକାଇ ସମସ୍ୟାର ସମାଧାନ କରିଛନ୍ତି। ସମସ୍ତିପୁର ରେଳ ମଣ୍ଡଳର ବଲ୍ମିକନଗର ଓ ପାନିୟାବା ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି। ପୋଲ ସଂଖ୍ୟା ୩୮୨ରେ ଅଚାନକ ଟ୍ରେନ ନମ୍ବର ୦୫୪୯୭ ଅଟକି ଯାଇଥିଲା।
ନରକଟିୟାଗଞ୍ଜ- ଗୋରଖପୁର ଲୋକୋ ଇଞ୍ଜିନର ଅନଲୋଡର ଭଲବ୍ ରେ ଏୟାର ପ୍ରେସର ଲିକେଜ ହୋଇଥିଲା। ଏଥି ଯୋଗୁ ଏମଆର ପ୍ରେସର କମିଯିବା ଯୋଗୁ ଟ୍ରେନ ପୋଲ ମଝିରେ ଅଟକି ଯାଇଥିଲା। ଲୋକପାଇଲଟ ଓ ସହାୟକ ଲୋକ ପାଇଲଟ ଇଞ୍ଜିନର ଲିକେଜ୍ ସ୍ଥାନକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ସେମାନେ ଟ୍ରେନ ତଳେ ଗଳି ପୋଲ ଉପରେ ଗୁରୁଣ୍ଡି ଗୁରୁଣ୍ଡି ଲିକେଜ ପର୍ଯ୍ୟନ୍ତ ପହଞ୍ଚି ଠିକ୍ କରିଥିଲେ ଓ ଟ୍ରେନ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା।
There was air leakage from the UL valve and the Train was stopped at Naked Bridge it was closed with great effort by LP & ALP
Our Loco Pilots takes all risks to keep the trains running - Red Salute to Indian Railways @RailMinIndia @AshwiniVaishnaw for the hard word & dedication pic.twitter.com/gx5lA9pfV5— Chetan (@tikku56) June 22, 2024
ଲୋକପାଇଲଟ ଦ୍ୱୟଙ୍କ ଏପରି ଦୁଃସାହାସକୁ ସମ୍ବଲପୁର ରେଳମଣ୍ଡଳ ଡିଆରଏମ ବିନୟ ଶ୍ରୀବାସ୍ତବ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଚାଳକଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଓ ପ୍ରଶସ୍ତି ପତ୍ର ଦେବା ପାଇଁ ଡିଆରଏମ ଘୋଷଣା କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ଯାହା ଭାଇରାଲ ହୋଇଯାଇଛି।
ଲୋକେ ଟ୍ରେନ ଚାଳକମାନଙ୍କ ଦୁଃସାହସକୁ ପ୍ରଶଂସା କରୁଛନ୍ତି। ଏହି ଘଟଣା ରେଳ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ତତ୍ପରତାର ଅଭୂତପୂର୍ବ ଉଦାହରଣ ସୃଷ୍ଟି କରିଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ରେଳ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇବାକୁ ସାମାନ୍ୟତମ କୁଣ୍ଠା କରିନାହାନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।