୮୨ ହଜାର ଟପିଲା ସୁନା ଦର, ସୁନା କିଣିବାକୁ ନେଇ ଟେନସନ୍‌ରେ ଗ୍ରାହକ

ନୂଆଦିଲ୍ଲୀ: ଏବେ ଚାଲିଛି ବିବାହ ଋତୁ। ସୁନା ଦୋକାନରେ ପ୍ରବଳ ଭିଡ଼।  ସୁନା କିଣିବାକୁ ନେଇ ଗ୍ରାହକଙ୍କ ଉପରେ ଏବେ ପଡ଼ିଛି ଚଡ଼କ। ସୁନା ଦରରେ ହୋଇଛି ପରିବର୍ତ୍ତନ । କେବଳ ପରିବର୍ତ୍ତନ ନୁହେଁ, ୮୨ ହଜାର ଟପିଲା ସୁନାଦର। ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫,୫୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ୍ ପିଛା ୭,୫୫୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୦,୪୪୦ ଟଙ୍କା ରହିଛି ।ସେପଟେ ଆଜି ରୂପା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧ କେଜି ରୂପାର ମୂଲ୍ୟ ୯୬,୫୦୦ ଟଙ୍କା ରହିଛି। ଗୋଟିଏ ସପ୍ତାହ ମଧ୍ୟରେ ରୂପା ୩୦୦୦ ଟଙ୍କା ମହଙ୍ଗା ହୋଇଥିଲା। ଆସନ୍ତୁ ଜାଣିବା ଦେଶର ବଡ଼ ବଡ଼ ସହରରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ କେତେ? ଦିଲ୍ଲୀ ସୁନା ମୂଲ୍ୟ: ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୨୪୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୫,୪୦୦ ଟଙ୍କା। ମୁମ୍ବାଇ ସୁନା ମୂଲ୍ୟ: ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୦୯୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୭୫,୨୫୦ ଟଙ୍କା। କୋଲକାତା ସୁନା ମୂଲ୍ୟ: କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୫,୨୫୦ ଟଙ୍କା। ୨୪ କ୍ୟାରେଟ୍ ସୁନ

୮୨ ହଜାର ଟପିଲା ସୁନା ଦର, ସୁନା କିଣିବାକୁ ନେଇ ଟେନସନ୍‌ରେ ଗ୍ରାହକ

ନୂଆଦିଲ୍ଲୀ: ଏବେ ଚାଲିଛି ବିବାହ ଋତୁ। ସୁନା ଦୋକାନରେ ପ୍ରବଳ ଭିଡ଼।  ସୁନା କିଣିବାକୁ ନେଇ ଗ୍ରାହକଙ୍କ ଉପରେ ଏବେ ପଡ଼ିଛି ଚଡ଼କ। ସୁନା ଦରରେ ହୋଇଛି ପରିବର୍ତ୍ତନ । କେବଳ ପରିବର୍ତ୍ତନ ନୁହେଁ, ୮୨ ହଜାର ଟପିଲା ସୁନାଦର। ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫,୫୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ୍ ପିଛା ୭,୫୫୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୦,୪୪୦ ଟଙ୍କା ରହିଛି ।

ସେପଟେ ଆଜି ରୂପା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧ କେଜି ରୂପାର ମୂଲ୍ୟ ୯୬,୫୦୦ ଟଙ୍କା ରହିଛି। ଗୋଟିଏ ସପ୍ତାହ ମଧ୍ୟରେ ରୂପା ୩୦୦୦ ଟଙ୍କା ମହଙ୍ଗା ହୋଇଥିଲା। ଆସନ୍ତୁ ଜାଣିବା ଦେଶର ବଡ଼ ବଡ଼ ସହରରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ କେତେ? 

ଦିଲ୍ଲୀ ସୁନା ମୂଲ୍ୟ: ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୨୪୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୫,୪୦୦ ଟଙ୍କା। 

ମୁମ୍ବାଇ ସୁନା ମୂଲ୍ୟ: ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୦୯୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୭୫,୨୫୦ ଟଙ୍କା। 

କୋଲକାତା ସୁନା ମୂଲ୍ୟ: କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୫,୨୫୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୨,୨୪୦ ଟଙ୍କା। 

ସୁନା ମୂଲ୍ୟ ଚେନ୍ନାଇ: ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୨,୨୫୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୨,୨୪୦ ଟଙ୍କା।