କୋଲ୍‌ ଇଣ୍ଡିଆ ଅଫିସ ଆଗରେ ପ୍ରତିବାଦ ମାମଲା, ଦୀପାଳି ଦାସଙ୍କୁ ଆଗୁଆ ଜାମିନ

କଟକ: କୋଲ୍‌ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ  ମିଳିଲା ଆଗୁଆ ଜାମିନ। ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ। ସୂଚନା ଥାଉକି, କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣାରେ ତେଲକୋଇ ଥାନାରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା ଅଭିଯୋଗ ହୋଇଥିଲା। ଆଉ ଏହି ମାମଲାର ଶୁଣାଣି କରି ଆଗୁଆ ଜାମିନ ଦେଇଛନ୍ତି ହାଇକୋର୍ଟ। ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଯାଇପାରିବେ।

କୋଲ୍‌ ଇଣ୍ଡିଆ ଅଫିସ ଆଗରେ ପ୍ରତିବାଦ ମାମଲା, ଦୀପାଳି ଦାସଙ୍କୁ ଆଗୁଆ ଜାମିନ

କଟକ: କୋଲ୍‌ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ  ମିଳିଲା ଆଗୁଆ ଜାମିନ। ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ। 

ସୂଚନା ଥାଉକି, କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣାରେ ତେଲକୋଇ ଥାନାରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା ଅଭିଯୋଗ ହୋଇଥିଲା। ଆଉ ଏହି ମାମଲାର ଶୁଣାଣି କରି ଆଗୁଆ ଜାମିନ ଦେଇଛନ୍ତି ହାଇକୋର୍ଟ। ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଯାଇପାରିବେ।