କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ : ଜାରି ହେଲା ହେଲ୍ପଲାଇନ୍ ନମ୍ବର, ୫ ଟ୍ରେନ୍ର ଗତିପଥ ପରିବର୍ତ୍ତନ
ବିରୋଧୀ ଦଳ ଉପନେତାଙ୍କ କଟାକ୍ଷର ଜବାବ ଦେଲା ବିଜେପି, ‘ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର’କଟକ ୩୦।୩: କଟକ ମଙ୍ଗୁଳି ନିକଟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ୱର । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଏହି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, ୭୨୦୫୧୪୯୫୯୧ ଜାରି କରାଯାଇଛି । ସେହିଭଳି ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନମ୍ୱର ଜାରି କରାଯାଇଛି । ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ ନମ୍ୱର ରହିଛି ୦୬୭୪୨୪୯୨୨୪୫ । ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନମ୍ବର ୯୪୩୭୪୪୩୪୬୯ ଜାରି କରାଯାଇଛି ।ସେପଟେ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି । ଧଉଳି ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ ଓ ପୁରୁଲିଆ ସୁପରଫାଷ୍ଟର ଗତିପଥ ପରିବର୍ତ୍ତନ କରାଯାଇଛି । ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । କିନ୍ତୁ ଏ ସମ୍ପର୍କରେ ସ୍ପଷ୍ଟ ସ୍ପଷ୍ଟ ହୋଇପାରିନି ବୋଲି ରେଳବାଇ ସିପିଆର୍ଓ କହିଛନ୍ତି ।ସୂଚନାଯୋଗ୍ୟ ଯେ, କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କା
ବିରୋଧୀ ଦଳ ଉପନେତାଙ୍କ କଟାକ୍ଷର ଜବାବ ଦେଲା ବିଜେପି, ‘ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର’କଟକ ୩୦।୩: କଟକ ମଙ୍ଗୁଳି ନିକଟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ୱର । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଏହି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, ୭୨୦୫୧୪୯୫୯୧ ଜାରି କରାଯାଇଛି । ସେହିଭଳି ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନମ୍ୱର ଜାରି କରାଯାଇଛି । ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ ନମ୍ୱର ରହିଛି ୦୬୭୪୨୪୯୨୨୪୫ । ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନମ୍ବର ୯୪୩୭୪୪୩୪୬୯ ଜାରି କରାଯାଇଛି ।

ସେପଟେ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି । ଧଉଳି ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ ଓ ପୁରୁଲିଆ ସୁପରଫାଷ୍ଟର ଗତିପଥ ପରିବର୍ତ୍ତନ କରାଯାଇଛି । ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । କିନ୍ତୁ ଏ ସମ୍ପର୍କରେ ସ୍ପଷ୍ଟ ସ୍ପଷ୍ଟ ହୋଇପାରିନି ବୋଲି ରେଳବାଇ ସିପିଆର୍ଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି । ବେଙ୍ଗଲୁରୁ- ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । କେତେ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ତେବେ କେତେଜଣ ଆହତ ହୋଇଛନ୍ତି, ନିର୍ଦ୍ଦିଷ୍ଟ ଭାବେ ତାହା ଜଣାପଡିନାହିଁ । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଯିବ ବୋଲି ପୂର୍ବତଟ ରେଳବାଇର ସିପିଆରଓ କହିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
You Can Read:
ବିରୋଧୀ ଦଳ ଉପନେତାଙ୍କ କଟାକ୍ଷର ଜବାବ ଦେଲା ବିଜେପି, ‘ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର’