ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା
ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି ଘଟଣା ଇଜେନ ଆଗ୍ନେୟଗିରିରେ ଘଟିଥିଲା (ଏହାର ବିସ୍ମୟକର ’ନୀଳ ଅଗ୍ନି’ ଘଟଣା ପାଇଁ ଏହା ପ୍ରସିଦ୍ଧ)। ଏହି ମହିଳା ଜଣକ ଚାଇନାର ମହିଳା ହୁଆଙ୍ଗ ଲିହୋଙ୍ଗ (୩୧ ବର୍ଷ) ବୋଲି ଜଣାପଡିଛି। ସୂଚନାନୁସାରେ, ହୁଆଙ୍ଗ ଲିହୋଙ୍ଗ ତାଙ୍କ ସ୍ବାମୀଙ୍କ ସହ ଏକ ଗାଇଡ ଆଗ୍ନେୟଗିରି ଗସ୍ତରେ ଥିଲେ। ଗତ ଶନିବାର […] The post ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା appeared first on Dharitri Odia News.
ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି ଘଟଣା ଇଜେନ ଆଗ୍ନେୟଗିରିରେ ଘଟିଥିଲା (ଏହାର ବିସ୍ମୟକର ’ନୀଳ ଅଗ୍ନି’ ଘଟଣା ପାଇଁ ଏହା ପ୍ରସିଦ୍ଧ)। ଏହି ମହିଳା ଜଣକ ଚାଇନାର ମହିଳା ହୁଆଙ୍ଗ ଲିହୋଙ୍ଗ (୩୧ ବର୍ଷ) ବୋଲି ଜଣାପଡିଛି। ସୂଚନାନୁସାରେ, ହୁଆଙ୍ଗ ଲିହୋଙ୍ଗ ତାଙ୍କ ସ୍ବାମୀଙ୍କ ସହ ଏକ ଗାଇଡ ଆଗ୍ନେୟଗିରି ଗସ୍ତରେ ଥିଲେ। ଗତ ଶନିବାର ଏହି ଘଟଣା ଘଟିଛି।
ଅଧିକାରୀମାନେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହିଛନ୍ତି। ଟୁର୍ ଗାଇଡ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି ଯେ ଫଟୋଗ୍ରାଫ ନେବାବେଳେ କ୍ରାଟରର ଧାରକୁ ଅତି ନିକଟତର ହେବାର ବିପଦ ବିଷୟରେ ବାରମ୍ବାର ଚେତାବନୀ ସତ୍ତ୍ୱେ ହୁଆଙ୍ଗ ଲିହୋଙ୍ଗ ଏକ ଭଲ ସଟ୍ ପାଇବା ପାଇଁ ପଛକୁ ଯାଇ ଏହି ଦୁଃଖଦ ଦୁର୍ଘଟଣାର କାରଣ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ଲିହୋଙ୍ଗଙ୍କ ମୃତଦେହକୁ ବାହାର କରିବାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିଥିଲା।
ସୂଚନାଯୋଗ୍ୟ, ଇଜେନ ଆଗ୍ନେୟଗିରି ନୀଳ ଅଗ୍ନି ଏବଂ ସଲଫ୍ୟୁରିକ ଗ୍ୟାସର ଜାଳେଣିରୁ ବାହାରୁଥିବା ନୀଳ ଆଲୋକ ପାଇଁ ଜଣାଶୁଣା। ଇଣ୍ଡୋନେସିଆରେ ପ୍ରାୟ ୧୩୦ସକ୍ରିୟ ଆଗ୍ନେୟଗିରି ରହିଛି। ପର୍ଯ୍ୟାୟକ୍ରମେ ଗ୍ୟାସ ର୍ନିଗମନ ସତ୍ତ୍ୱେ ମାଉଣ୍ଟ ଇଜେନ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ।
The post ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା appeared first on Dharitri Odia News.