ଶ୍ରୀମନ୍ଦିର ୨୨ ପାହାଚ ନିକଟରୁ ଧରାପଡ଼ିଲେ ମହିଳା ବିଦେଶୀ ପର୍ଯ୍ୟଟକ

ପୁରୀ : ଶ୍ରୀମନ୍ଦିର ଭିତରେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ଶନିବାର ୨୨ ପାହାଚ ନିକଟରେ ମହିଳା ପର୍ଯ୍ୟଟକଙ୍କୁ ଜଣେ ସେବାୟ ଚିହ୍ନଟ କରିଥିଲେ । ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ଅଟକ ରଖାଯାଇଛି। ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ I ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି । ତେବେ ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ […]

ଶ୍ରୀମନ୍ଦିର ୨୨ ପାହାଚ ନିକଟରୁ ଧରାପଡ଼ିଲେ ମହିଳା ବିଦେଶୀ ପର୍ଯ୍ୟଟକ
ଶ୍ରୀମନ୍ଦିର ୨୨ ପାହାଚ ନିକଟରୁ ଧରାପଡ଼ିଲେ ମହିଳା ବିଦେଶୀ ପର୍ଯ୍ୟଟକ

ପୁରୀ : ଶ୍ରୀମନ୍ଦିର ଭିତରେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ଶନିବାର ୨୨ ପାହାଚ ନିକଟରେ ମହିଳା ପର୍ଯ୍ୟଟକଙ୍କୁ ଜଣେ ସେବାୟ ଚିହ୍ନଟ କରିଥିଲେ । ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ଅଟକ ରଖାଯାଇଛି।

ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ I ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି । ତେବେ ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ସିଂହଦ୍ୱାର ଥାନାରେ ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ ସଂପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।