Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…
ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା। ଟ୍ରମ୍ପ ମଧ୍ୟ ଏ ସମ୍ପର୍କରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ, କିନ୍ତୁ ଏବେ ଲାଗୁଛି ଯେ ଆମେରିକା ନିଜ ମତରୁ ଓହରିଯିବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଯଦି ଯୁଦ୍ଧ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତିନାମା ନହୁଏ, ତେବେ ସେ […] The post Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ… appeared first on Dharitri Odia News.
ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା। ଟ୍ରମ୍ପ ମଧ୍ୟ ଏ ସମ୍ପର୍କରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ, କିନ୍ତୁ ଏବେ ଲାଗୁଛି ଯେ ଆମେରିକା ନିଜ ମତରୁ ଓହରିଯିବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଯଦି ଯୁଦ୍ଧ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତିନାମା ନହୁଏ, ତେବେ ସେ ପଛକୁ ହଟିଯିବେ।
ଆମେ ମାସ ମାସ ଧରି Russia Ukraine ମଧ୍ୟରେ ଯୁଦ୍ଧବିରତି ପାଇଁ ଚେଷ୍ଟା ଜାରି ରଖିପାରିବୁ ନାହିଁ। ଆମକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ମୁଁ କିଛି ଦିନ ବିଷୟରେ କହୁଛି, ଏହା ଆଗାମୀ କିଛି ସପ୍ତାହ ମଧ୍ୟରେ ସମ୍ଭବ କି ନାହିଁ। ଯଦି ଏହା ହୁଏ ନାହିଁ, ତେବେ ଆମକୁ ଅନ୍ୟ ପ୍ରାଥମିକତା ଉପରେ ଧ୍ୟାନ ଦେବାକୁ ପଡିବ,’ ରୁବିଓ ପ୍ୟାରିସରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାମାନଙ୍କୁ ଭେଟିବା ପରେ ଏହା କହିଥିବା, ରଏଟର୍ସ ରିପୋର୍ଟ କରିଛି।
ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଅନୁଭବ କରନ୍ତି ଯେ ଏହି (ଶାନ୍ତି ଚୁକ୍ତିନାମା) ଉପରେ ବହୁତ ସମୟ ବିତାଇ ଦିଆଯାଇଛି। ‘ଏହା (Russia Ukraine ଶାନ୍ତି ଚୁକ୍ତି) ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଚାଲିଛି ଯାହା ସମାନ କିମ୍ବା ଅଧିକ ଧ୍ୟାନ ଦେବା ଉଚିତ,’ ବୋଲି ସେ କହିଥିଲେ। ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଥିବା ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଏହି ଚେତାବନୀ ଆସିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (୧୭ ଏପ୍ରିଲ, ୨୦୨୫)ରେ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ୟୁକ୍ରେନ ସହିତ ଚୁକ୍ତି ସ୍ବାକ୍ଷର କରିବାକୁ ଆଶା କରୁଛନ୍ତି ଯାହା ଆମେରିକାକୁ ୟୁକ୍ରେନୀୟ ଖଣିଜ ପଦାର୍ଥ ପାଇବାକୁ ଅନୁମତି ଦେବ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ହ୍ବାଇଟ ହାଉସରେ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ।
The post Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ… appeared first on Dharitri Odia News.