୧୦ ମୃତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ, ଜାଣନ୍ତୁ ସେ କିଏ…

ଭୁବନେଶ୍ୱର,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆରପିଏଫ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଜୟୀରାମ ଥିବା ଜଣାପଡିଛି। ଏନେଇ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସ୍ପଷ୍ଟ କରିଛନ୍ତି। ମୃତ ଜୟୀରାମ ଓଡ଼ିଶା କ୍ୟାଡର ସେଣ୍ଟ୍ରାଲ କମିଟି ସଦସ୍ୟ। ମାଓବାଦୀ ଅପରେଶନ ଇତିହାସରେ ସିସି ସଦସ୍ୟ ନିପାତ ପ୍ରଥମ […] The post ୧୦ ମୃତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ, ଜାଣନ୍ତୁ ସେ କିଏ… appeared first on Dharitri Odia News.

୧୦ ମୃତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ, ଜାଣନ୍ତୁ ସେ କିଏ…

ଭୁବନେଶ୍ୱର,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆରପିଏଫ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଜୟୀରାମ ଥିବା ଜଣାପଡିଛି। ଏନେଇ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସ୍ପଷ୍ଟ କରିଛନ୍ତି। ମୃତ ଜୟୀରାମ ଓଡ଼ିଶା କ୍ୟାଡର ସେଣ୍ଟ୍ରାଲ କମିଟି ସଦସ୍ୟ। ମାଓବାଦୀ ଅପରେଶନ ଇତିହାସରେ ସିସି ସଦସ୍ୟ ନିପାତ ପ୍ରଥମ ଘଟଣା। ଜୟୀରାମଙ୍କ ପାଇଁ ପୋଲିସ ୧ କୋଟିରୁ ଉଦ୍ଧର୍‌ବ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।

ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୯ ରାତିରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେଶନ ଆରମ୍ଭ କରାଯାଇଥିଲା। ସୂଚନା ଅନୁଯାୟୀ, ଓଡ଼ିଶା ସୀମାଠାରୁ ପ୍ରାୟ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା ମିଳିଥିଲା।

The post ୧୦ ମୃତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ, ଜାଣନ୍ତୁ ସେ କିଏ… appeared first on Dharitri Odia News.