ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତିରେ ପକ୍ଷୀ ଙ୍କ ପାଇଁ ମାଟି ହାଣ୍ଡିରେ ପିଇବା ପାଣି ବ୍ୟବସ୍ଥା କଲେ ସତ୍ୟଜିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ପାଇଁ ମାଟି ହାଣ୍ଡି ମାଧ୍ୟମରେ ପିଇବା ପାଣି ର ବ୍ୟବସ୍ଥା କରିଛନ୍ତି l ବର୍ତ୍ତମାନ ପରିସ୍ଥିତି ରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା 45° ଡିଗ୍ରୀ ତାପମାତ୍ରା ରେ ଅଗ୍ନି ବର୍ଷା ହେଉଥିବା ବେଳେ ଜଙ୍ଗଲ ମଧ୍ୟରେ ପାଣିର ଘୋର ସଙ୍କଟ ଦେଖାଦେଉଥିବା ବେଳେ ଜୀବଜନ୍ତୁ ମାନେ ଡହକବିକଳ ହୋଇଯାଉଛନ୍ତି l ଏଭଳି […] The post ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତିରେ ପକ୍ଷୀ ଙ୍କ ପାଇଁ ମାଟି ହାଣ୍ଡିରେ ପିଇବା ପାଣି ବ୍ୟବସ୍ଥା କଲେ ସତ୍ୟଜିତ appeared first on Odisha.News.

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତିରେ ପକ୍ଷୀ ଙ୍କ ପାଇଁ ମାଟି ହାଣ୍ଡିରେ ପିଇବା ପାଣି ବ୍ୟବସ୍ଥା କଲେ ସତ୍ୟଜିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ପାଇଁ ମାଟି ହାଣ୍ଡି ମାଧ୍ୟମରେ ପିଇବା ପାଣି ର ବ୍ୟବସ୍ଥା କରିଛନ୍ତି l ବର୍ତ୍ତମାନ ପରିସ୍ଥିତି ରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା 45° ଡିଗ୍ରୀ ତାପମାତ୍ରା ରେ ଅଗ୍ନି ବର୍ଷା ହେଉଥିବା ବେଳେ ଜଙ୍ଗଲ ମଧ୍ୟରେ ପାଣିର ଘୋର ସଙ୍କଟ ଦେଖାଦେଉଥିବା ବେଳେ ଜୀବଜନ୍ତୁ ମାନେ ଡହକବିକଳ ହୋଇଯାଉଛନ୍ତି l ଏଭଳି ପରିସ୍ଥିତିରେ ସତ୍ୟଜିତ ନିଜସ୍ୱ ଉଦ୍ୟମରେ ପ୍ରତ୍ୟେହ ଜଙ୍ଗଲ ମଧ୍ୟକୁ ପାଣି ନେଇ ବନ୍ୟପ୍ରାଣୀ ତଥା ପକ୍ଷୀମାନଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ଦେଉଛନ୍ତି l ସତ୍ୟଜିତ ଖରା ଦିନରେ ବିଭିନ୍ନ ସ୍ଥାନ ଯଥା ଛାତ ଉପରେ, ରାସ୍ତା କଡରେ ଏବଂ ଜଙ୍ଗଲ ମଧ୍ୟରେ ମାଟି ପାତ୍ର ସାହାଯ୍ୟରେ ଜୀବଜନ୍ତୁ ମାନଙ୍କ ପାଇଁ ନିର୍ଭୟରେ ପିଇବା ପାଇଁ ପାଣି ବ୍ୟବସ୍ତା କରିଥାନ୍ତି l ଏହାସହିତ ଖରା ଦିନରେ ଏପରି ଜୀବଜନ୍ତୁଙ୍କ ସେବା କରିବା ସହ ସବୁଜ ବନାନୀକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି l ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଅଛି l

The post ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତିରେ ପକ୍ଷୀ ଙ୍କ ପାଇଁ ମାଟି ହାଣ୍ଡିରେ ପିଇବା ପାଣି ବ୍ୟବସ୍ଥା କଲେ ସତ୍ୟଜିତ appeared first on Odisha.News.