ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି, ସିଂହଦ୍ୱାର ଥାନାରେ ଅଟକ
ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି। ଶ୍ରୀମନ୍ଦିର ଦଧିନଉତିରେ ଉପରକୁ ଚଢ଼ିଗଲେ ବୟସ୍କ ବ୍ୟକ୍ତି। ଅବଶ୍ୟ ବହୁ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ବ୍ୟକ୍ତିଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି। ତେବେ ଏହି ବ୍ୟକ୍ତି ଜଣକ କିପରି ଦଧିନଉତି ପର୍ଯ୍ୟନ୍ତ ଚଢ଼ିଲେ ସେନେଇ ଜଣାପଡ଼ିନଥିବାବେଳେ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ।ସେପଟେ ପୁରୀ ଏସପି ପିନାଙ୍କ ମିଶ୍ରଙ୍କ ସୂଚନା ଅନୁଯାୟୀ, ‘‘ ବ୍ୟକ୍ତି ଜଣକ ଛତ୍ରପୁରର। ତାଙ୍କ ନାଁ ବଳରାମ ମହାରଣା। ବର୍ତ୍ତମାନ ସମୟରେ ଭୟଭୀତ ଅଛନ୍ତି ଏଥିପାଇଁ ତାଙ୍କୁ କିଛି ସମୟ ଦିଆଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ପଚରାଉଚରା କରାଯିବ ଏବଂ ଘଟଣା ସମ୍ପର୍କରେ ଜଣାପଡ଼ିବ।’’ତେବେ ଉଦ୍ଧାର କରି ତାଙ୍କୁ ଥାନାକୁ ନେବା ସମୟରେ ଗଣମାଧ୍ୟମରେ ବ୍ୟକ୍ତି ଜଣକ ପ୍ରତିକ୍ରିୟାରେ କହିଛନ୍ତି, ସେ ଆଗରୁ ମଧ୍ୟ ଶ୍ରୀମନ୍ଦିର ଚଢ଼ିଛନ୍ତି। ପତିତ ପାବନ ବାନା ଖସିଯାଇଥିଲା ସେଥିପାଇଁ ସେ ଚଢ଼ିଥିଲେ ବୋଲି କହିଛନ୍ତି ଉକ୍ତ ବ୍ୟକ୍ତି ଜଣକ।
ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି। ଶ୍ରୀମନ୍ଦିର ଦଧିନଉତିରେ ଉପରକୁ ଚଢ଼ିଗଲେ ବୟସ୍କ ବ୍ୟକ୍ତି। ଅବଶ୍ୟ ବହୁ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ବ୍ୟକ୍ତିଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି। ତେବେ ଏହି ବ୍ୟକ୍ତି ଜଣକ କିପରି ଦଧିନଉତି ପର୍ଯ୍ୟନ୍ତ ଚଢ଼ିଲେ ସେନେଇ ଜଣାପଡ଼ିନଥିବାବେଳେ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ।
ସେପଟେ ପୁରୀ ଏସପି ପିନାଙ୍କ ମିଶ୍ରଙ୍କ ସୂଚନା ଅନୁଯାୟୀ, ‘‘ ବ୍ୟକ୍ତି ଜଣକ ଛତ୍ରପୁରର। ତାଙ୍କ ନାଁ ବଳରାମ ମହାରଣା। ବର୍ତ୍ତମାନ ସମୟରେ ଭୟଭୀତ ଅଛନ୍ତି ଏଥିପାଇଁ ତାଙ୍କୁ କିଛି ସମୟ ଦିଆଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ପଚରାଉଚରା କରାଯିବ ଏବଂ ଘଟଣା ସମ୍ପର୍କରେ ଜଣାପଡ଼ିବ।’’
ତେବେ ଉଦ୍ଧାର କରି ତାଙ୍କୁ ଥାନାକୁ ନେବା ସମୟରେ ଗଣମାଧ୍ୟମରେ ବ୍ୟକ୍ତି ଜଣକ ପ୍ରତିକ୍ରିୟାରେ କହିଛନ୍ତି, ସେ ଆଗରୁ ମଧ୍ୟ ଶ୍ରୀମନ୍ଦିର ଚଢ଼ିଛନ୍ତି। ପତିତ ପାବନ ବାନା ଖସିଯାଇଥିଲା ସେଥିପାଇଁ ସେ ଚଢ଼ିଥିଲେ ବୋଲି କହିଛନ୍ତି ଉକ୍ତ ବ୍ୟକ୍ତି ଜଣକ।