ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ପ୍ରଥମ ଥର ବିଶ୍ୱପକ୍‌ ଫାଇନାଲ ମ୍ୟାଚ୍‌ ଖେଳିବ ଦକ୍ଷିଣ ଆଫ୍ରିକା। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଅନ୍ୟପକ୍ଷେ […] The post ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ appeared first on Dharitri Odia News.

ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ପ୍ରଥମ ଥର ବିଶ୍ୱପକ୍‌ ଫାଇନାଲ ମ୍ୟାଚ୍‌ ଖେଳିବ ଦକ୍ଷିଣ ଆଫ୍ରିକା। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ଅନ୍ୟପକ୍ଷେ ବାରବାଡୋସରେ ବର୍ଷା ଯୋଗୁ ମ୍ୟାଚ୍‌ ପ୍ରଭାବିତ ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ହେଲେ ସେମିଫାଇନାଲ ମ୍ୟାଚ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମ୍ୟାଚରେ କୌଣସି ରିଜର୍ଭ ଦିନ ରଖି ନ ଥିବା ବେଳେ ୨୫୦ ମିନିଟର ଅତିରିକ୍ତ ସମୟ ସଂରକ୍ଷିତ ରହିଥିଲା। କିନ୍ତୁ ଫାଇନାଲ ମ୍ୟାଚକୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍‌ନାକୁ ଆସିଛି। ଯଦି କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଜୁନ ୨୯ରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ରିଜର୍ଭ ଦିନ ସଂରକ୍ଷିତ ରଖିଛି।

ଏପରିକି ଅମ୍ପାୟାରମାନେ ଅତିରିକ୍ତ ସମୟ ମଧ୍ୟ ବ୍ୟବହାର କରିପାରିବେ। ଆବଶ୍ୟକ ସ୍ଥଳେ ସେହି ଦିନ ଫଳାଫଳ ହାସଲ କରିବାକୁ ଚେଷ୍ଟା କରିବା ପାଇଁ ଓଭର ସଂଖ୍ୟା ମଧ୍ୟ ହ୍ରାସ କରି ପାରିବେ। ଏପରିକି ଅମ୍ପାୟାରମାନେ ମ୍ୟାଚ୍‌ ନିର୍ଦ୍ଧାରିତ ଦିନରେ କରିବାକୁ ନିଷ୍ପତ୍ତି ନେବେ।

ଯଦି ଉଭୟ ଦଳ ସର୍ବନିମ୍ନ ୧୦ ଓଭର ଖେଳନ୍ତି ତେବେ ଫଳାଫଳ ଆସିବାର ମଧ୍ୟ ସମ୍ଭାବନା ରହିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇଯାଏ ତେବେ ଖେଳ ମ୍ୟାଚ୍‌ ଜୁନ୍‌ ୩୦ ତଥା ରବିବାର ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ଜାରି କରିଛି।

The post ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ appeared first on Dharitri Odia News.