ମୁହଁ ମୋଡି ଚାଲିଯାଉଛନ୍ତି ପର୍ଯ୍ୟଟକ

ନୂଆପଡ଼ା,୧୨ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଭରୁଆମୁଣ୍ଡା ପଞ୍ଚାୟତ ଲୋଡ୍ରା ଗାଁଠାରେ ଥିବା ଗୋଧସ ଜଳ ପ୍ରପାତରେ ସୋମବାର ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି। ପ୍ରତି ବର୍ଷ ଭଳି ବୁଦ୍ଧ ପୂର୍ଣ୍ଣିମାରେ ଗୋଧସ ଜଳ ପ୍ରପାତ ପାଦଦେଶରେ ଥିବା ଶିବ ମନ୍ଦିରଠାରେ ବୈଶାଖ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଧସ ଛତିଶଗଡ ସୀମାନ୍ତ ସୁନାବେଡା ଅଭୟାରଣ୍ୟ ଭିତରେ ଥିବାରୁ ଛତିଶଗଡ ସହ ନୂଆପଡା ଜିଲାର ଲୋକଙ୍କ ସମାଗମ ହୋଇଥାଏ। ଲୋକେ ଜଳ […] The post ମୁହଁ ମୋଡି ଚାଲିଯାଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.

ମୁହଁ ମୋଡି ଚାଲିଯାଉଛନ୍ତି ପର୍ଯ୍ୟଟକ

ନୂଆପଡ଼ା,୧୨ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଭରୁଆମୁଣ୍ଡା ପଞ୍ଚାୟତ ଲୋଡ୍ରା ଗାଁଠାରେ ଥିବା ଗୋଧସ ଜଳ ପ୍ରପାତରେ ସୋମବାର ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି। ପ୍ରତି ବର୍ଷ ଭଳି ବୁଦ୍ଧ ପୂର୍ଣ୍ଣିମାରେ ଗୋଧସ ଜଳ ପ୍ରପାତ ପାଦଦେଶରେ ଥିବା ଶିବ ମନ୍ଦିରଠାରେ ବୈଶାଖ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଧସ ଛତିଶଗଡ ସୀମାନ୍ତ ସୁନାବେଡା ଅଭୟାରଣ୍ୟ ଭିତରେ ଥିବାରୁ ଛତିଶଗଡ ସହ ନୂଆପଡା ଜିଲାର ଲୋକଙ୍କ ସମାଗମ ହୋଇଥାଏ। ଲୋକେ ଜଳ ପ୍ରପାତରେ ସ୍ନାନ ସାରି ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ସେଠାରେ ପ୍ରାକୃତିକ ପରିବେଶର ମଜା ନେଇ ପ୍ରସାଦ ସେବନ କରିଥାନ୍ତି। ଧରମବନ୍ଧା, ଚୂଳାଭାଟ, ଭରୁଆମୁଣ୍ଡା, ଆମାନାରା ଆଦି ପଞ୍ଚାୟତର ସରପଞ୍ଚମାନେ ଭକ୍ତମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରନ୍ତି। ଚଳିତ ବର୍ଷ ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଯୋଗଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଏହି ଜଳ ପ୍ରପାତକୁ ପ୍ରତି ଦିନ ସହସ୍ରାଧିକ ପର୍ଯ୍ୟଟକ ଆସିଥାନ୍ତି।ହେଲେ ଆବଶ୍ୟକ ସୁବିଧା ନ ଥିବାରୁ ଲୋକେ ଜଳ ପ୍ରପାତରେ ଗାଧୋଇ ପ୍ରାକୃତିକ ଶୋଭାରାଜିକୁ ଦେଖି ମୁହଁ ମୋଡି ଚାଲିଯାଉଛନ୍ତି। ସ୍ଥାନୀୟ ଜଳପ୍ରତିନିଧି କିମ୍ବା ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ମୁହଁ ମୋଡି ଚାଲିଯାଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.