୬ରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର କେବେ ଖୋଲିବ ନିଷ୍ପତ୍ତି ନେବ କମିଟି
ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ରତ୍ନଭଣ୍ଡାର ଖୋଲିବା ନେଇ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ପ୍ରକାଶ ପାଉଛି । କେତେ ବେଳେ ଖବର ଆସୁଛି ୮ ତାରିଖରେ ଖୋଲିପାରେ । ଆଉ କେତେ ବେଳେ କୁହାଯାଉଛି ଖୋଲି ନ ପାରେ । ୬ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ। ଏ ନେଇ ଗୁରୁବାର […] The post ୬ରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର କେବେ ଖୋଲିବ ନିଷ୍ପତ୍ତି ନେବ କମିଟି appeared first on Odisha.News.
ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ରତ୍ନଭଣ୍ଡାର ଖୋଲିବା ନେଇ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ପ୍ରକାଶ ପାଉଛି । କେତେ ବେଳେ ଖବର ଆସୁଛି ୮ ତାରିଖରେ ଖୋଲିପାରେ । ଆଉ କେତେ ବେଳେ କୁହାଯାଉଛି ଖୋଲି ନ ପାରେ । ୬ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ। ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ପ୍ରେସମିଟରେ ସେ କହିଛନ୍ତି, ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ପ୍ରକ୍ରିୟା ପାଳନ ହେବ। ରାଜ୍ୟ ସରକାର ଏ ନେଇ ୧୬ ଜଣିଆ କମିଟି ଗଠନ କରିଛନ୍ତି। ବୈଠକରେ ଏହି କମିଟି ଗଣତି ଓ ମଣତି ନେଇ ନିଷ୍ପତ୍ତି ନେବେ। କେଉଁ ତାରିଖ ଖୋଲାଯିବ ରତ୍ନଭଣ୍ଡାର ନିଷ୍ପତ୍ତି ନିଆଯିବ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି।
ଏହା ପୂର୍ବରୁ ଆଜି ଅପରାହ୍ନରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ରତ୍ନଭଣ୍ଡାର କେବେ ଖୋଲିବ ତାର ନିଷ୍ପତ୍ତି ସେ ସରକାରଙ୍କ ଉପରେ ଛାଡିଛନ୍ତି । ସେ କହିଛନ୍ତି ‘ ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ ଏହା କହିଛନ୍ତି ।
ସୂଚନାଯୋଗ୍ୟ, ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ମେ ୧୩ରୁ ଜୁଲାଇ ୨୩ ଯାଏଁ ଅଳଙ୍କାର ଗଣତିରେ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେ ଦିନରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ସମସ୍ତଙ୍କ ନଜର ।
ଉଲ୍ଲେଖନୀୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ବିଜେପି ଏଥର ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା । ଆଉ ଏହାର ଉତ୍ତର ବିଜେଡି ଦେଇ ପାରି ନ ଥିଲା । ଏହି ପ୍ରସଙ୍ଗ ବିଜେପିକୁ ନିର୍ବାଚନରେ ବେଶ ସଫଳତା ଦେଇଛି । ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ବେଳ ଆସିଛି । ପ୍ରଥମ ପ୍ରତିଶ୍ରୁତି ସ୍ୱରୂପ ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲି ସାରିଛନ୍ତି । ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ।
The post ୬ରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର କେବେ ଖୋଲିବ ନିଷ୍ପତ୍ତି ନେବ କମିଟି appeared first on Odisha.News.