ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର,୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ। ଦୁଇ ଦିନରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।
ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂକାଲି ପାଇଁ ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରବଳ ବର୍ଷା ନେଇ ଆଉ ୧୧ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରିନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବରଗଡ଼, ନୟାଗଡ଼ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତାକାଲି ପାଇଁ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଜାରି ହୋଇଛି ଅତିପ୍ରବଳ ବର୍ଷା ସତର୍କତା ବା ଅରେଞ୍ଜ ୱାର୍ଣ୍ଣିଂ । ୩୦ ଓ ୩୧ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।