ଜମୁଛି ବରଗଡ଼ ଧନୁଯାତ୍ରା, ଗୋପପୁର ଛାଡି ମଥୁରା ଗଲେ କୃଷ୍ଣ-ବଳରାମ

ବରଗଡ଼ ୧୨।୦୧ : ବରଗଡ ଧନୁଯାତ୍ରାର ନବମ ଦିନ। କୃଷ୍ଣ ବଳରାମ ମାମୁ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ଧନୁ ଯାତ୍ରା ଦେଖିବାକୁ ଗୋପପୁର ଛାଡି ମଥୁରା ଯାଇଛନ୍ତି । ଏହି ଦୃଶ୍ୟ ବେଶ ହୃଦୟ ସ୍ପର୍ଶୀ ହୋଇଥିଲା । ଗୋପାଙ୍ଗନା ଓ ଗୋପବାଳକଙ୍କ ସହ ରାଧା, କୃଷ୍ଣ ବଳରାମଙ୍କବାଟ ଓଗାଳି ଥିଲେ । ସେପଟେ ମଥୁରାର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରିଛନ୍ତି ମହାରାଜା କଂସ । ସେହିପରି ଭୀଷ୍ମଙ୍କ ସହିତ କଂସର ଯୁଦ୍ଧ ହୋଇଥିବା ବେଳେ ନାରଦଙ୍କ ଦ୍ୱାରା ବନ୍ଧୁତା ସ୍ଥାପନ ହୋଇଛି ଦୁଇ ଯୋଦ୍ଧାଙ୍କ ମଧ୍ୟରେ । ମହାରାଜା କଂସ ଶିବଙ୍କୁ ତପସ୍ୟା କରି ରୁଦ୍ରଶୂଳ ପ୍ରାପ୍ତି କରିଛନ୍ତି। ଧନୁଯାତ୍ରାର ଅପୂର୍ବ ଦୃଶ୍ୟ ଦେଖିବାପାଇଁ ମହାରାଜା କଂସଙ୍କ ରାଜଦରବାର ସମେତ ବରଗଡ ସହରରେ ପ୍ରବଳ ଜନସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ ଧନୁଯାତ୍ରା।

ଜମୁଛି ବରଗଡ଼ ଧନୁଯାତ୍ରା, ଗୋପପୁର ଛାଡି ମଥୁରା ଗଲେ କୃଷ୍ଣ-ବଳରାମ

ବରଗଡ଼ ୧୨।୦୧ : ବରଗଡ ଧନୁଯାତ୍ରାର ନବମ ଦିନ। କୃଷ୍ଣ ବଳରାମ ମାମୁ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ଧନୁ ଯାତ୍ରା ଦେଖିବାକୁ ଗୋପପୁର ଛାଡି ମଥୁରା ଯାଇଛନ୍ତି । ଏହି ଦୃଶ୍ୟ ବେଶ ହୃଦୟ ସ୍ପର୍ଶୀ ହୋଇଥିଲା । ଗୋପାଙ୍ଗନା ଓ ଗୋପବାଳକଙ୍କ ସହ ରାଧା, କୃଷ୍ଣ ବଳରାମଙ୍କବାଟ ଓଗାଳି ଥିଲେ । 

ସେପଟେ ମଥୁରାର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରିଛନ୍ତି ମହାରାଜା କଂସ । ସେହିପରି ଭୀଷ୍ମଙ୍କ ସହିତ କଂସର ଯୁଦ୍ଧ ହୋଇଥିବା ବେଳେ ନାରଦଙ୍କ ଦ୍ୱାରା ବନ୍ଧୁତା ସ୍ଥାପନ ହୋଇଛି ଦୁଇ ଯୋଦ୍ଧାଙ୍କ ମଧ୍ୟରେ । ମହାରାଜା କଂସ ଶିବଙ୍କୁ ତପସ୍ୟା କରି ରୁଦ୍ରଶୂଳ ପ୍ରାପ୍ତି କରିଛନ୍ତି। ଧନୁଯାତ୍ରାର ଅପୂର୍ବ ଦୃଶ୍ୟ ଦେଖିବାପାଇଁ ମହାରାଜା କଂସଙ୍କ ରାଜଦରବାର ସମେତ ବରଗଡ ସହରରେ ପ୍ରବଳ ଜନସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ ଧନୁଯାତ୍ରା।