ମଣ୍ଡିରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ କଙ୍ଗନା, ଦେଖନ୍ତୁ Video
ମଣ୍ଡି ୨୯।୩ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରାର୍ଥୀ କଙ୍ଗନା ରଣାବତ ଶୁକ୍ରବାର ହିମାଚଳ ପ୍ରଦେଶ ମଣ୍ଡିରେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ସେ ଏକ ରୋଡ ସୋ ଆୟୋଜନ କରିଥିବା ବେଳେ ଏଥିରେ ସେ ଜନସାଧାରଣଙ୍କୁ ତାଙ୍କୁ ଫିଲ୍ମ ହିରୋଇନ ଅଥବା ଷ୍ଟାର ନ ଭାବିବା ପାଇଁ କହିଛନ୍ତି। ସେ କହିଛନ୍ତି ଯେ ମୋତେ ଆପଣମାନେ ନିଜର ଝିଅ, ଭଉଣୀ ଓ ପରିବାର ସଦସ୍ୟ ମନେକରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳିରେ କଙ୍ଗନାଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ମୋତେ ମୋ ମାଟି ଡାକିଲାଣି ଓ ମୋତେ ମୋ ମା ମାଟିର ସେବା କରିବାର ସୁଯୋଗ ମିଳିଛି। ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ମଣ୍ଡିରୁ ପ୍ରାର୍ଥୀ ହେବା ପରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। #WATCH | Lok Sabha elections 2024 | Himachal Pradesh: BJP candidate from Mandi and actor Kangana Ranaut addresses people as she conducts a road show here.She says, "...Don't think that Kangana is a heroine, that she is a star. Consider Kangana your sister, yo
ମଣ୍ଡି ୨୯।୩ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରାର୍ଥୀ କଙ୍ଗନା ରଣାବତ ଶୁକ୍ରବାର ହିମାଚଳ ପ୍ରଦେଶ ମଣ୍ଡିରେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ସେ ଏକ ରୋଡ ସୋ ଆୟୋଜନ କରିଥିବା ବେଳେ ଏଥିରେ ସେ ଜନସାଧାରଣଙ୍କୁ ତାଙ୍କୁ ଫିଲ୍ମ ହିରୋଇନ ଅଥବା ଷ୍ଟାର ନ ଭାବିବା ପାଇଁ କହିଛନ୍ତି। ସେ କହିଛନ୍ତି ଯେ ମୋତେ ଆପଣମାନେ ନିଜର ଝିଅ, ଭଉଣୀ ଓ ପରିବାର ସଦସ୍ୟ ମନେକରିପାରନ୍ତି।
ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳିରେ କଙ୍ଗନାଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ମୋତେ ମୋ ମାଟି ଡାକିଲାଣି ଓ ମୋତେ ମୋ ମା ମାଟିର ସେବା କରିବାର ସୁଯୋଗ ମିଳିଛି। ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ମଣ୍ଡିରୁ ପ୍ରାର୍ଥୀ ହେବା ପରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।
#WATCH | Lok Sabha elections 2024 | Himachal Pradesh: BJP candidate from Mandi and actor Kangana Ranaut addresses people as she conducts a road show here.
She says, "...Don't think that Kangana is a heroine, that she is a star. Consider Kangana your sister, your daughter.… pic.twitter.com/6wcAjBYnCs— ANI (@ANI) March 29, 2024
ଏହି ପୋଷ୍ଟ ଭାଇରାଲ ହେବାମାତ୍ରେ ସୁପ୍ରିୟା ଶ୍ରୀନେତ ତାଙ୍କ ସୋସିଆଲ ମିଡିଆ ସାଇଟ୍ରୁ ପୋଷ୍ଟକୁ ତୁରନ୍ତ ଡିଲିଟ କରିବା ସହିତ ଏକ ବୟାନ ଜାରି କରିଥିଲେ। କହିଥିଲେ ଯେ ଯେଉଁମାନେ ମୋତେ ଜାଣନ୍ତି କୌଣସି ମହିଳାଙ୍କୁ ନେଇ ମୁଁ ଏପରି ଅଭଦ୍ର ପୋଷ୍ଟ କରେ ନାହିଁ। ତେବେ ଏହି ମାମଲାର ଏବେ ଯାଞ୍ଚ କରାଯାଉଛି। ଏପରି ପୋଷ୍ଟ କିଏ କରିଛନ୍ତି ତାର ତଦନ୍ତ ହେଉଛି। ଏଥିରେ ସୁପ୍ରିୟା ଶ୍ରୀନେତ ଟ୍ୱିଟରରେ ପାରୋଡି ନାମରେ ଚାଲିଥିବା ଆକାଉଣ୍ଟର ମଧ୍ୟ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଜେପିରୁ ମଣ୍ଡି ଟିକେଟ୍ ମିଳିବା ପରେ କଙ୍ଗନା ରଣାବତ ଦିଲ୍ଲୀ ଯାଇ ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ପ୍ରାୟ ୧ ଘଣ୍ଟା ଧରି ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପାର୍ଟି ପକ୍ଷରୁ ମଣ୍ଡି ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ କଙ୍ଗନା ବିଜେପି ଜାତୀୟ ସଭାପତିଙ୍କୁ କୃତଜ୍ଞତା ଜଣାଇଥିଲେ।