ପ୍ରେମିକଙ୍କ ଘରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
ବାରିପଦା ୮।୩: ପ୍ରେମିକଙ୍କ ଘରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଥାନାରେ ଏତଲା ଦେଇ ପରିବାର ଲୋକେ ମୃତଦେହ ନେଇ ଡାକ୍ତରଖାନା ଆସିଲେ । ହେଲେ ପୋଲିସ ଏହାକୁ ଆତ୍ମହତ୍ୟା କହୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର । ଦୁଇ ଦିନ ପୂର୍ବରୁ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁରର ପ୍ରକାଶ ବିନ୍ଧାଣୀ ତାଙ୍କ ପ୍ରେମିକାଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ନେଇ ଖବର ପାଇ ପରିବାର ଲୋକେ ସେଠାରୁ ତାଙ୍କ ମୃତଦେହକୁ ବାରିପଦା ପିଆରଏମ ମେଡିକାଲ ଆଣିଥିଲେ । ହେଲେ ଶବ ବ୍ୟବଚ୍ଛେଦ କରି ଫେରିଲା ବେଳକୁ ପୋଲିସ ଏହାକୁ ଆତ୍ମହତ୍ୟା କହି କେସ୍ ଉଠାଇବାକୁ କହିଥିଲା । ହେଲେ ପରିବାର ଲୋକେ ଏହାକୁ ପ୍ରକାଶଙ୍କ ପ୍ରେମିକାଙ୍କ ପରିବାର ଲୋକେ ହତ୍ୟା କରି ଝୁଲାଇ ଦେଇଥିବା କହି ନ୍ୟାୟ ମାଗିବାରୁ ସେମାନଙ୍କୁ ଶବ ନେବା ଲାଗି କୌଣସି ସରକାରୀ ଆମ୍ବୁଲାନ୍ସ ଦେଲାନାହିଁ । ଓଲଟା ବେସରକାରୀ ଆମ୍ବୁଲାନ୍ସକୁ ମଧ୍ୟ ନେବା ଲାଗି ମନା କରି ଦେଇଥିଲା ମୃତ ପ୍ରକାଶଙ୍କ ପରିବାର ଅଭିଯୋଗ କରିଛନ୍ତି । ପରିବାର ଲୋକେ ଗଣମାଧ୍ୟମକୁ ଖବର ଦେବା ପରେ ଅଧା ରାସ୍ତାରେ ବାରିପଦା ସଦର ପୋଲିସ ଆସି ଜୋରଜବରଦସ୍ତ ଏକ ଆମ୍ବୁଲାନ୍ସରେ ମୃତଦେହକୁ ଭର୍ତ୍ତି କରିବାକୁ ଘୋଷାଡିବା ଦୃଶ୍ୟ ଦେଖିବାକୁ ମିଳିଛି। ଜୋରଜବରଦସ୍ତି ପୋଲିସ ପରିବାର ନିକଟରୁ ଶବ ନେଇ ନିଜ ହେପାଜତରେ ରଖିଛି । ପରିବାର ଲୋକଙ୍କ ଲାଗି ସଦର ଥାନା ଗେଟ୍ ମଧ୍ୟ ବନ୍ଦ କରିଦେଇଛି ପୋଲିସ । ଶବ ନନେବ
ବାରିପଦା ୮।୩: ପ୍ରେମିକଙ୍କ ଘରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଥାନାରେ ଏତଲା ଦେଇ ପରିବାର ଲୋକେ ମୃତଦେହ ନେଇ ଡାକ୍ତରଖାନା ଆସିଲେ । ହେଲେ ପୋଲିସ ଏହାକୁ ଆତ୍ମହତ୍ୟା କହୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର ।
ଦୁଇ ଦିନ ପୂର୍ବରୁ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁରର ପ୍ରକାଶ ବିନ୍ଧାଣୀ ତାଙ୍କ ପ୍ରେମିକାଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ନେଇ ଖବର ପାଇ ପରିବାର ଲୋକେ ସେଠାରୁ ତାଙ୍କ ମୃତଦେହକୁ ବାରିପଦା ପିଆରଏମ ମେଡିକାଲ ଆଣିଥିଲେ । ହେଲେ ଶବ ବ୍ୟବଚ୍ଛେଦ କରି ଫେରିଲା ବେଳକୁ ପୋଲିସ ଏହାକୁ ଆତ୍ମହତ୍ୟା କହି କେସ୍ ଉଠାଇବାକୁ କହିଥିଲା । ହେଲେ ପରିବାର ଲୋକେ ଏହାକୁ ପ୍ରକାଶଙ୍କ ପ୍ରେମିକାଙ୍କ ପରିବାର ଲୋକେ ହତ୍ୟା କରି ଝୁଲାଇ ଦେଇଥିବା କହି ନ୍ୟାୟ ମାଗିବାରୁ ସେମାନଙ୍କୁ ଶବ ନେବା ଲାଗି କୌଣସି ସରକାରୀ ଆମ୍ବୁଲାନ୍ସ ଦେଲାନାହିଁ । ଓଲଟା ବେସରକାରୀ ଆମ୍ବୁଲାନ୍ସକୁ ମଧ୍ୟ ନେବା ଲାଗି ମନା କରି ଦେଇଥିଲା ମୃତ ପ୍ରକାଶଙ୍କ ପରିବାର ଅଭିଯୋଗ କରିଛନ୍ତି ।
ପରିବାର ଲୋକେ ଗଣମାଧ୍ୟମକୁ ଖବର ଦେବା ପରେ ଅଧା ରାସ୍ତାରେ ବାରିପଦା ସଦର ପୋଲିସ ଆସି ଜୋରଜବରଦସ୍ତ ଏକ ଆମ୍ବୁଲାନ୍ସରେ ମୃତଦେହକୁ ଭର୍ତ୍ତି କରିବାକୁ ଘୋଷାଡିବା ଦୃଶ୍ୟ ଦେଖିବାକୁ ମିଳିଛି। ଜୋରଜବରଦସ୍ତି ପୋଲିସ ପରିବାର ନିକଟରୁ ଶବ ନେଇ ନିଜ ହେପାଜତରେ ରଖିଛି । ପରିବାର ଲୋକଙ୍କ ଲାଗି ସଦର ଥାନା ଗେଟ୍ ମଧ୍ୟ ବନ୍ଦ କରିଦେଇଛି ପୋଲିସ । ଶବ ନନେବା ଯାଏଁ ପରିବାର ଲୋକେ କୁଆଡେ ଯିବେନାହିଁ କହି ଗେଟ୍ ଆଗରେ ବସି ରହିଛନ୍ତି ।