iPhoneକୁ ପେଗାସସ୍ ଆଟାକ ଭୟ: ଭାରତ ସମେତ ୯୧ ଦେଶକୁ ସତର୍କ କରାଇଲା ଆପଲ୍
ନୂଆଦିଲ୍ଲୀ: ଆଇଫୋନ୍ ଉପରେ ପେଗାସସ୍ ଆଟାକ ହେବାର ଆଶଙ୍କା ଦେଖା ଦେଇଛି। ଏନେଇ କମ୍ପାନୀ ସତର୍କ ରହିବା ସହ ଗ୍ରାହକଙ୍କୁ ମଧ୍ୟ ସତର୍କ କରାଇ ଦେଇଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଆଇଫୋନ ୟୁଜରଙ୍କୁ ମର୍ସନରୀ ସ୍ପାଏୱୟାର ମାଧ୍ୟମରେ ଟାର୍ଗେଟ୍ କରାଯାଉଛି। ଏହାଦ୍ୱାରା ଆଇଫୋନ୍ ଆକ୍ସେସ୍ କରିବାକୁ ଚେଷ୍ଟା କରାଯାଉଛି।ଏହାକୁ ନେଇ ଆପଲ କମ୍ପାନୀ ପକ୍ଷରୁ ଭାରତ ସମେତ ୯୧ଟି ଦେଶର ଗ୍ରାହକମାନଙ୍କୁ ସତର୍କ କରାଇଛି। ଇ-ମେଲ୍ ଦେଇ କମ୍ପାନୀ ସତର୍କ କରାଇଛି। ଏହି ସ୍ପାଏୱୟାର ଇସ୍ରାଏଲ୍ ନିର୍ମିତି ଏନ୍ଏସ୍ଓ ଗ୍ରୁପ୍ ପେଗାସସ୍ ଭଳି। ଅନ୍ୟ ଡିଭାଇସ୍କୁ ବେଆଇନ୍ ଭାବେ ଆକ୍ସେସ୍ ନେବା ଏହି କମ୍ପାନୀର ମୂଳ ଉଦ୍ଦେଶ୍ୟ ବୋଲି ଆପଲ କହିଛି। ପଢ଼ନ୍ତୁ- ଆର୍ଥିକ ବର୍ଷ ୨୦୨୪ରେ ଭାରତରେ ହୋଇଛି ୧୪ ବିଲିୟନ ଡଲାରର ଆଇଫୋନ୍ ଆସେମ୍ବଲ, ପ୍ରତି ସାତରେ ଗୋଟିଏ ଆଇଫୋନ୍ ମେଡ୍ ଇନ୍ ଇଣ୍ଡିଆଏପ୍ରିଲ ୧୧ ତାରିଖ ରାତି ୧୨.୩୦ ବେଳେ ଆପଲ୍ ଭାରତୀୟ ୟୁଜର୍ସଙ୍କୁ ସତର୍କ ରହିବାକୁ ମେଲ୍ ପଠାଇ ସତର୍କ କରାଇଛି। ଏହି ମେଲ୍ରେ ସବ୍ଜେକ୍ଟରେ ଲେଖାଯାଇଛି ଆପଲ ନିଜର ଆଇଫୋନ୍ ଉପରେ ଏକ ଟାରଗେଟ୍ ମର୍ସିନରୀ ସ୍ପାଏୱାୟର ଆଟାକ ସୁରାକ ପାଇଛି। ସିକ୍ୟୁରିଟି ପାଇଁ ଏହି ୩ଟି ଷ୍ଟେପ୍ ଫଲୋ କରନ୍ତୁ-ଲେଟେଷ୍ଟ ସଫ୍ଟୱେର୍ ସହିତ ଆପଣଙ୍କର ଡିଭାଇସ୍ ଅପଡେଟ୍ କରନ୍ତୁ, କାରଣ ଏଥିରେ ଆପଣଙ୍କୁ ନୂଆ ସୁରକ୍ଷା ଫିଚର ମିଳିଯିବ। ଡିଭାଇସ୍କୁ
ନୂଆଦିଲ୍ଲୀ: ଆଇଫୋନ୍ ଉପରେ ପେଗାସସ୍ ଆଟାକ ହେବାର ଆଶଙ୍କା ଦେଖା ଦେଇଛି। ଏନେଇ କମ୍ପାନୀ ସତର୍କ ରହିବା ସହ ଗ୍ରାହକଙ୍କୁ ମଧ୍ୟ ସତର୍କ କରାଇ ଦେଇଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଆଇଫୋନ ୟୁଜରଙ୍କୁ ମର୍ସନରୀ ସ୍ପାଏୱୟାର ମାଧ୍ୟମରେ ଟାର୍ଗେଟ୍ କରାଯାଉଛି। ଏହାଦ୍ୱାରା ଆଇଫୋନ୍ ଆକ୍ସେସ୍ କରିବାକୁ ଚେଷ୍ଟା କରାଯାଉଛି।
ଏହାକୁ ନେଇ ଆପଲ କମ୍ପାନୀ ପକ୍ଷରୁ ଭାରତ ସମେତ ୯୧ଟି ଦେଶର ଗ୍ରାହକମାନଙ୍କୁ ସତର୍କ କରାଇଛି। ଇ-ମେଲ୍ ଦେଇ କମ୍ପାନୀ ସତର୍କ କରାଇଛି। ଏହି ସ୍ପାଏୱୟାର ଇସ୍ରାଏଲ୍ ନିର୍ମିତି ଏନ୍ଏସ୍ଓ ଗ୍ରୁପ୍ ପେଗାସସ୍ ଭଳି। ଅନ୍ୟ ଡିଭାଇସ୍କୁ ବେଆଇନ୍ ଭାବେ ଆକ୍ସେସ୍ ନେବା ଏହି କମ୍ପାନୀର ମୂଳ ଉଦ୍ଦେଶ୍ୟ ବୋଲି ଆପଲ କହିଛି।
ଏପ୍ରିଲ ୧୧ ତାରିଖ ରାତି ୧୨.୩୦ ବେଳେ ଆପଲ୍ ଭାରତୀୟ ୟୁଜର୍ସଙ୍କୁ ସତର୍କ ରହିବାକୁ ମେଲ୍ ପଠାଇ ସତର୍କ କରାଇଛି। ଏହି ମେଲ୍ରେ ସବ୍ଜେକ୍ଟରେ ଲେଖାଯାଇଛି ଆପଲ ନିଜର ଆଇଫୋନ୍ ଉପରେ ଏକ ଟାରଗେଟ୍ ମର୍ସିନରୀ ସ୍ପାଏୱାୟର ଆଟାକ ସୁରାକ ପାଇଛି।
ସିକ୍ୟୁରିଟି ପାଇଁ ଏହି ୩ଟି ଷ୍ଟେପ୍ ଫଲୋ କରନ୍ତୁ-
ଲେଟେଷ୍ଟ ସଫ୍ଟୱେର୍ ସହିତ ଆପଣଙ୍କର ଡିଭାଇସ୍ ଅପଡେଟ୍ କରନ୍ତୁ, କାରଣ ଏଥିରେ ଆପଣଙ୍କୁ ନୂଆ ସୁରକ୍ଷା ଫିଚର ମିଳିଯିବ।
ଡିଭାଇସ୍କୁ ପାସକୋଡ୍ ଦେଇ ସୁରକ୍ଷିତ ରଖନ୍ତୁ। ଆପଲ ଉପକରଣଗୁଡ଼ିକୁ ସୁରକ୍ଷିତ କରନ୍ତୁ। ଆପଲ୍ ଆଇଡି ପାଇଁ ଟ୍ରୁ ଫ୍ୟାକ୍ଟର୍ ଅଥେଣ୍ଟିକେସନ ଏବଂ ଏକ ମଜଭୁତ ପାସୱାର୍ଡ ବ୍ୟବହାର କରନ୍ତୁ।
ଆପ୍ ଷ୍ଟୋର୍ରୁ ହିଁ ଆପ୍ ଇନଷ୍ଟଲ୍ କରନ୍ତୁ। ଅଜଣା ସେଣ୍ଡର ପଠାଉଥିବା ଲିଙ୍କ୍ କିମ୍ବା ଆଟାଚ୍ମେଣ୍ଟରେ କ୍ଲିକ୍ କରନ୍ତୁ ନାହିଁ। ଷ୍ଟ୍ରଙ୍ଗ ଓ ୟୁନିକ ପାସ୍ୱାର୍ଡ ବ୍ୟବହାର କରନ୍ତୁ।