ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ,୩୧।୩: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅସ୍ତରଙ୍ଗ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗର ୨୩ ଦିନ ପରେ ପୋଲିସ ବଳାତ୍କାରୀ ଅଭିଯୁକ୍ତ ଜୟକୃଷ୍ଣ ବେହେରାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜୟକୃଷ୍ଣ ନାବାଳିକଙ୍କୁ ବଳାତ୍କାର କରିଥିଲେ। ପରେ ସେ ନାବାଳିକାଙ୍କୁ ଘଟଣା ସଂକ୍ରାନ୍ତରେ କାହାରିକୁ ନ କହିବାକୁ ଧମକଚମକ ଦେଇଥିଲେ। […] The post ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ,୩୧।୩: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅସ୍ତରଙ୍ଗ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗର ୨୩ ଦିନ ପରେ ପୋଲିସ ବଳାତ୍କାରୀ ଅଭିଯୁକ୍ତ ଜୟକୃଷ୍ଣ ବେହେରାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜୟକୃଷ୍ଣ ନାବାଳିକଙ୍କୁ ବଳାତ୍କାର କରିଥିଲେ। ପରେ ସେ ନାବାଳିକାଙ୍କୁ ଘଟଣା ସଂକ୍ରାନ୍ତରେ କାହାରିକୁ ନ କହିବାକୁ ଧମକଚମକ ଦେଇଥିଲେ। ହେଲେ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ ସମସ୍ତ କଥା ଜଣାଇଥିଲେ। ପରିବାର ଲୋକେ ଏହା ଜାଣି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ଜୟକୃଷ୍ଣଙ୍କୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିଥିବା ସୂଚନା ମିଳିଛି।

The post ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.