ବ୍ରିସବେନ୍ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍କା
ବ୍ରିସବେନ୍,୧୭।୧୨: ବ୍ରିସବେନ୍ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍କୁ ଏଡାଇବା ପାଇଁ ଟିମ ଇଣ୍ଡିଆ ସଂଘର୍ଷ କରୁଛି। ଏହି ସମୟରେ କଙ୍ଗାରୁ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ ଆହତ ହୋଇଛନ୍ତି। ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ହାଜଲେଉଡ ତାଙ୍କ ଗୋଡରେ ଆଘାତ କାରଣରୁ […] The post ବ୍ରିସବେନ୍ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍କା appeared first on Dharitri Odia News.
ବ୍ରିସବେନ୍,୧୭।୧୨: ବ୍ରିସବେନ୍ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍କୁ ଏଡାଇବା ପାଇଁ ଟିମ ଇଣ୍ଡିଆ ସଂଘର୍ଷ କରୁଛି। ଏହି ସମୟରେ କଙ୍ଗାରୁ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ ଆହତ ହୋଇଛନ୍ତି।
ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ହାଜଲେଉଡ ତାଙ୍କ ଗୋଡରେ ଆଘାତ କାରଣରୁ ପଡ଼ିଆ ଛାଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ଆଘାତର ସ୍କାନ ମଧ୍ୟ ହେବ। ଚତୁର୍ଥ ଦିନ ସେ କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲେ। ଯନ୍ତ୍ରଣା ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି।
ଆଡିଲେଡରେ ଖେଳାଯାଇଥିବା ପିଙ୍କ୍ ବଲ ଟେଷ୍ଟରେ ହାଜଲେଉଡଙ୍କ ସ୍ଥାନରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଖେଳିଥିେ। ଏଥିସହ ସେ ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ତଥାପି, ଗାବା ଟେଷ୍ଟରେ ବୋଲାଣ୍ଡଙ୍କ ବଦଳରେ ହାଜଲେଉଡ ଅଣାଯାଇଥିଲା।
The post ବ୍ରିସବେନ୍ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍କା appeared first on Dharitri Odia News.