କେଜ୍ରିଓ୍ବାଲ୍ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା
ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ ପୁଙ୍ଖାନୁପୁଙ୍ଖ ତଦନ୍ତ ଆଶା କରୁଛନ୍ତି। ତେବେ ସେ ମୋଦି ସରକାରଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ସେ ଅନୁସନ୍ଧାନକୁ ସ୍ବଚ୍ଛ ଢଙ୍ଗରେ ଦେଖିବାକୁ ଚାହୁଁଛନ୍ତି। ଯଥାଶୀଘ୍ର ଫଳାଫଳ ଆସିବାକୁ ସେ ଅପେକ୍ଷା କରିଛନ୍ତି। ନିକଟରେ […] The post କେଜ୍ରିଓ୍ବାଲ୍ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ ପୁଙ୍ଖାନୁପୁଙ୍ଖ ତଦନ୍ତ ଆଶା କରୁଛନ୍ତି। ତେବେ ସେ ମୋଦି ସରକାରଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ସେ ଅନୁସନ୍ଧାନକୁ ସ୍ବଚ୍ଛ ଢଙ୍ଗରେ ଦେଖିବାକୁ ଚାହୁଁଛନ୍ତି। ଯଥାଶୀଘ୍ର ଫଳାଫଳ ଆସିବାକୁ ସେ ଅପେକ୍ଷା କରିଛନ୍ତି।
ନିକଟରେ ଆମେରିକା ଦାବି କରିଥିଲା ଯେ, ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଜଣେ ଭାରତୀୟ ଅଧିକାରୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ନିକଟରେ କହିଥିଲା ଯେ, ଏହା ଏକ ନ୍ୟାୟପୂର୍ଣ୍ଣ, ସ୍ବଚ୍ଛ ଏବଂ ଠିକ ସମୟରେ ଆଇନଗତ ପ୍ରକ୍ରିୟା ଆଶା କରୁଛି। ଏହାକୁ ନେଇ ଭାରତ ପକ୍ଷରୁ ଏକ ଦୃଢ ବିରୋଧ ପ୍ରକାଶ କରାଯାଇଥିଲା।
The post କେଜ୍ରିଓ୍ବାଲ୍ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା appeared first on Dharitri Odia News.