ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ
ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟ ଜିଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ. କନ୍ଧ ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ […] The post ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟ ଜିଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ. କନ୍ଧ ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଛନ୍ତି। ଏହା ସହିତ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ବସନ୍ତ ବେହେରା, ରୁଈନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା,ରାଜେନ୍ଦ୍ର ପଲାଇ, ବନୋଜ ନାହାକ, ଗୋପାଳ ପାତ୍ର, କେ. ରଘୁନାଥ ରେଡ୍ଡୀ, ପି. ରଘୁନାଥ ରେଡ୍ଡୀ, ଡି. ସୁରେଶ ରେଡ୍ଡୀ, ଶଙ୍କର ରେଡ୍ଡୀ, ସମ୍ପଦ ନାହାକ, ଏନ. ଦୁର୍ଯ୍ୟୋଧନ ରେଡ୍ଡୀ,ପି. ଧର୍ମା ରେଡ୍ଡୀ, ଭଗବାନ ନାହାକ, ଭୀମସେନ ବେହେରାଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ।
The post ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.