୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ
ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । କିରାଣୀ ଜଣକ ହେଲେ ଗୋପାଳ କୃଷ୍ଣ ପ୍ରଧାନ। ସୂଚନା ଅନୁଯାୟୀ, ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିରଙ୍କ ପିତାଙ୍କ ମୃତ୍ୟୁ ପରେ ମ୍ୟୁନିସିପାଲିଟିର […] The post ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ appeared first on Dharitri Odia News.
ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । କିରାଣୀ ଜଣକ ହେଲେ ଗୋପାଳ କୃଷ୍ଣ ପ୍ରଧାନ।
ସୂଚନା ଅନୁଯାୟୀ, ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିରଙ୍କ ପିତାଙ୍କ ମୃତ୍ୟୁ ପରେ ମ୍ୟୁନିସିପାଲିଟିର ଦୋକାନ ଗୃହକୁ ନିଜ ନାମରେ କରିବା ପାଇଁ କିରାଣୀଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ। ଦୁଇ ବର୍ଷ ଧରି କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ନିଜ ନାମକୁ କରିପାରୁ ନ ଥିଲେ । ଏନେଇ କିରାଣୀ ଜଣକ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମହମ୍ମଦ ଜାଭିର ଅସହାୟ ହୋଇ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ବାରିପଦା ଭିଜିଲାନ୍ସ ବିଭାଗର ୟୁନିଟ୍ ଇନଚାର୍ଜ ବିକାଶ ସ୍ବାଇଁ ପୂର୍ବ ପ୍ରସ୍ତୁତି ଓ ଯୋଜନାକୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଲାଞ୍ଚ ନେଉବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ମାଡିବସିଥିଲା। ତାଙ୍କ ନିକଟରୁ କେମିକାଲ ବୋଳା ସମସ୍ତ ୧୦ହଜାର ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଏହା ପରେ କାର୍ଯ୍ୟାଳୟ, ନିଜସ୍ବ ବାସଗୃହ ସମେତ ବଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
The post ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ appeared first on Dharitri Odia News.